Comprehension Passage
ସଙ୍ଗୀତ-ଚର୍ଚ୍ଚା ପ୍ରତି ଅନୁରକ୍ତି ସୃଷ୍ଟି କରାଇବା ଯୁକ୍ତରାଷ୍ଟ୍ର ଶିକ୍ଷା ପଦ୍ଧତିର ଏକ ସ୍ଵତନ୍ତ୍ର ଅଂଶ । ଦେଶର କ୍ଷୁଦ୍ରତମ ଶିକ୍ଷାନୃଷ୍ଠାନରୁ ବିଶ୍ଵବିଦ୍ୟାଳୟର ଶୀର୍ଷ ସୋପାନ ପର୍ଯ୍ୟନ୍ତ ସଙ୍ଗୀତ- ଶିକ୍ଷା ଲାଗି ଯାବତୀୟ ବ୍ୟବସ୍ତା ରହିଛି । ପ୍ରାୟ ପାଞ୍ଚକୋଟି ବ୍ୟକ୍ତି ଯୁକ୍ତରାଷ୍ଟରେ 'କୌଣସି ନା କୌଣସି ବାଦ୍ୟଯନ୍ତ୍ର ନିପୁଣତାର ସହିତ ବଜାଇ ଜାଣନ୍ତି । ଗୀର୍ଜାରେ, ବିଦ୍ୟାଳୟରେ, କାରଖାନାରେ, ଅବସର ବିନୋଦନ ଲାଗି ନାନାପ୍ରକାର ସଂଘ ଓ ସଂସ୍ଥା ଜରିଥାରେ ସଂଗୀତ- ଚର୍ଚ୍ଚା ଲାଗି ଢେର ସୁଯୋଗ ସେ ଦେଶରେ ମିଳେ । ବଡ଼ ପଣ୍ୟଭଣ୍ଡାରଗୁଡ଼ିକ ବିକ୍ରି ଖର୍ଦ୍ଦିବେଳେ ଆମୋଦଦାୟକ ବାତାବରଣ ସୁଷ୍ଟି କରିବା ଉଦ୍ଦେଶ୍ୟରେ ସଙ୍ଗୀତ ପ୍ରଚାର ବ୍ୟବସ୍ଥା ହୋଇଛି । କାରଖାନାରେ ଶ୍ରମିକଙ୍କ ଚିତ୍ତବିନୋଦନ ଲାଗି ବେଳେ ବେଳେ ସଙ୍ଗୀତ ପ୍ରଚାରିତ ହୁଏ। ଦେଶସାରା ' ରେକର୍ଡ କ୍ଲବ' ଗଢ଼ି ସଙ୍ଗୀତ ପ୍ରେମୀଏ “କ୍ଲ୍ସିକାଲ୍' ଓ ଆଧୁନିକ ସଙ୍ଗୀତର ନୂତନ ନୂତନ ରେକର୍ଡ କିଣନ୍ତି। ବିଭିନ୍ନ ବାଦ୍ୟଯନ୍ତ୍ର ବିକ୍ରି ଲାଗି ସବୁ ସହରରେ ବଡ଼ ବଡ଼ ଦୋକାନ ରହିଛି, |ସଙ୍ଗୀତ ଓ ନୃତ୍ୟକଳା ଶିକ୍ଷା ଲାଗି ଅସରନ୍ତି ଅନୁଷ୍ଠାନ ରହିଛି।
ସଂଗୀତ ଶିକ୍ଷା ଲାଗି କିପରି ବ୍ୟବସ୍ତା କରାଯାଇଛି ?
1
ସଂଗୀତ ଶିକ୍ଷା କୁ ବାଧ୍ୟତାମୂଳକ କରାଯାଇଛି
2
ବିଶ୍ୱବିଦ୍ୟାଳୟ ସ୍ତରରେ ସଂଗୀତ ଶିକ୍ଷା ପାଇଁ ବ୍ୟାପକ ବ୍ୟବସ୍ତା
3
ଦେଶର କ୍ଷୁଦ୍ରତମ ଶିକ୍ଷାନୁଷ୍ଠାନରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସଂଗୀତ ଶିକ୍ଷାର ଯାବତୀୟ ବ୍ୟବସ୍ତା
4
ଦେଶରେ ସଂଗୀତ ବିଦ୍ୟାଳୟମାନ ବ୍ୟବସ୍ଥା