Comprehension Passage
ବିନୋଦରାୟପୁର ଭାର୍ଗବୀ ନଦୀର ଉତ୍ତର କୂଳରେ । ନଦୀ ଗର୍ଭଠାରୁ ଗାଁ'ଟା ଅତି ଅଳ୍ପ ଉଞ୍ଚା । ବଢିପାଣିରୁ ଗାଁ ରକ୍ଷା ନିମନ୍ତେ ସରକାର ବାହାଦୁର ଗୋପାଳପୁରଠାରୁ ରାମନଗରଯାଏଁ ଅଠର ମାଇଲି ଲମ୍ବା କୋଡିଏ ହାତ ଓସାର ଦଶହାତ ଉଞ୍ଚା ଗୋଟାଏ କୂଳବନ୍ଧ ପକାଇଛନ୍ତି । ସେ ବନ୍ଧ ଯୋଗୁଁ ନଇକୂଳିଆ ଢେର ଗାଁ ଆଉ ବିଲବାଡ଼ି ରକ୍ଷାପାଏ । ବିନୋଦରାୟପୁର ଗୋଟିଏ ବଡ଼ ଧନବନ୍ତ ଗାଁ । ଗାଁ ତଳେ କଳିନ୍ଦବିଲ ଢେର । ଗା'ରେ ପ୍ରାୟ ଦୁଇଶହ ଘର ବସ୍ତି । ସମସ୍ତେ ଥିଲା ଲୋକ । କେହି କାହାକୁ ଆଦୁର୍ଯ୍ୟା ହୁଏ ନାହିଁ । ସରକାରୀ ବଡ଼ବଡ଼ ଅମଲା, ଇସ୍କୁଲମାଷ୍ଟର, କାରବାରିଆ ମହାଜନ, କଲକତିଆ ଚାକିରିଆ ଢେର | ଅଶିଣ ମାସ | ଦୁର୍ଗାପୂଜା ସମୟ । ବିଦେଶିଆ ସବୁ ଘରକୁ ଆସିଛନ୍ତି । ନାଚ ତାମସା, ଖିଆପିଆ ଦିନରାତି ଲାଗିଛି । ଗାଁ'ଟା ଆନନ୍ଦରେ ଭାସୁଛି | ଫି ବର୍ଷ ଏହି ସମୟରେ ଗାଁ'ଟାରେ ବଡ଼ ମହୋତ୍ସବ ହୁଏ |

​ପରିଚ୍ଛେଦରେ ବର୍ଣ୍ଣିତ 'ଅମଲା'ର ଅର୍ଥ କ'ଣ ?

1
ବଡ଼ ଅଧିକାରୀ
2
ପିଅନ
3
କିରାନି
4
ମୁନିବ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation