Comprehension Passage
ସରକାରୀ ସ୍ତରରେ ଶିକ୍ଷାକୁ ଚଳାଉଥିବା ହାକିମ ଓ ଅମଲାମାନେ ଏସବୁ କଥାର କେତେ ଅଳପ ଜାଣନ୍ତି ଏବଂ ଯେତିକି ଜାଣନ୍ତି, ହୁଏତ ତାହାର ଏକଶତାଂଶ ମଧ୍ୟ ହୃଦୟଙ୍ଗମ କରନ୍ତି ନାହିଁ । ସେଥିଲାଗି ଗୋଟାକ ପରେ ଗୋଟାଏ ଯୋଜନା ହୁଏ, ଯୋଜନାମାନେ ବଂଚାଣବତ୍ ଉପରୁ ଆସି ପଡ଼ନ୍ତି ଓ ସେହି ଅନୁସାରେ ପୁରୁଣା କଳଗୁଡ଼ାକୁ ନୂଆ ଇଂଗୀରେ ଅର୍ଥାତ୍ ନୂଆ ଚଲାଖରେ ସଜାଡ଼ି ଦିଆହୁଏ । ନୂଆ ନୂଆ ଶବ୍ଦରେ ସେହି ପୁରୁଣା କଥାଗୁଡ଼ାକୁ ଦୋହରାଯାଏ । ଆଉ ଅଧିକ କିଛି ହୋଇପାରେ ନାହିଁ । ନୂଆକୁ ଭୟ କରୁଥିବା ମଣିଷବାବୁମାନେ ସେତିକିରେ ସନ୍ତୁଷ୍ଟ ହୋଇଯାଆନ୍ତି । ବିରାଟ କଳଟା ଭିତରେ ସମ୍ଭବତଃ ପ୍ରତ୍ୟେକ ହାକିମ ନିଜକୁ ଏତେ ଅଳପ ଓ ଏତେ ଅସମର୍ଥ ଅନୁଭବ କରୁଥାନ୍ତି ଯେ, ଏକାବେଳକେ କୌଣସି ବଡ଼ ନିଷ୍ପତ୍ତି ନିମନ୍ତେ ସାହାସ କରିପାରନ୍ତି ନାହିଁ । ସେମାନେ ଆଦୌ କୌଣସି ଅନିଶ୍ଚିତତା ଭିତରେ ପଶିବାକୁ ଚାହାନ୍ତି ନାହିଁ । ଆପଣାର ଚାକିରିଟାକୁ ଦୋରସ୍ତ କରି ରଖୁବାକୁ ପରମ ଇଷ୍ଟ ରୂପେ ଗ୍ରହଣ କରି ନେଇଥାନ୍ତି ।
ବିରାଟ କଳଟା ଭିତରେ ସମ୍ଭବତଃ କେଉଁମାନେ ନିଜକୁ ଏତେ ଅଳପ ଓ ଏତେ ଅସମର୍ଥ ଅନୁଭବ କରୁଥାନ୍ତି?
1
ନେତା
2
ସେବକ
3
ହାକିମ
4
ମନ୍ତ୍ରୀ