Comprehension Passage
ବିଜ୍ଞାନର ଅଗ୍ରଗତି , କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ , ମାନବ ସାମାଜର ଉପଯୋଗ ଆଦି କାରଣରୁ ସମଗ୍ର ବିଶ୍ୱ ଏବେ ସମୁଦ୍ଧି ପଥରେ ଆଗେଇ ଚାଲିଛି। ବହୁବର୍ଷ ପୂର୍ବେ ଜନସାଧାରଣଙ୍କ ଜୀବନ ଧାରଣର ମାନ ଯାହା ଥିଲା, ସେଥ୍ରେ ଯଥେଷ ଉନ୍ନତି ସାଧିତ ହୋଇଥିବାର ପରିଲକ୍ଷିତ ହେଉଛି ପୃଥବୀର ଅନୁନ୍ନତ ବା ଅବିକଶିତ ରାଷ୍ଟ୍ରଗୁଡିକ ଏବେ ବିକାଶ ପଥରେ ଦ୍ରୁତ ବେଗରେ ଧାବିତ ହେଉଛନ୍ତି |ସାମଗ୍ରିକ ଭାବରେ ସାରା ବିଶ୍ୱରେ ସମୂଦ୍ଧିର ଏକ ରଙ୍ଗୀନ ଚିତ୍ର ଦେଖବାକୁ ମିଳୁଥିବା ବେଳେ ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ସେହି ରଙ୍ଗକୁ ଫିକା କରିଦେଇଛି | ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁ.ଏନ,ଇ.ପି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ଏବେ ପାୟ ଶହେ କୋଟି ଲୋକ ଖାଦ୍ୟାଭାବର ଶିକାର ହୋଇ ଅର୍ଦ୍ଧହରା ଓ ଅନାହାର ମଧ୍ୟରେ କାଳ କାଟୁଛନ୍ତି । ବିଭିନ୍ନ ଅଞ୍ଚଳରେ ପୂଷ୍ଠିହୀନତା ଜନିତ ସ୍ଵାସ୍ଥ୍ୟ ସମସ୍ୟା ଉତ୍କଟ ଆକାର ଧାରଣ କରିଛି କିନ୍ତୁ ବର୍ତମାନର ବିଷୟ ହେଉଛି ବିଶ୍ୱରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦିତ ହେଉଛି, ତାହାର ଏକ - ତୃତୀୟାଂଶ କୌଣସି ମଣିଷର ଆହାର ହେବା ପୂର୍ବରୁ ନଷ୍ଟ ହୋଇଯାଉଛି | ଏହି ରିପୋର୍ଟଟି ନିକଟରେ ଅନୁଷ୍ଠିତ ହୋଇଥବା ରିଓ - ୨୦ ଶିଖର ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା ସମ୍ମିଳନୀରେ ଯୋଗ ଦେଇଥିବା ବିଶ୍ୱର ପ୍ରମୁଖ ନେତାମାନଙ୍କ ଦୃଷ୍ଟିକୁ ଅଣାଯାଇଥିଲା ଏହି ଗୁରୁତର ସମସ୍ୟାଟି । ଜାତିସଂଘ ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ବାସ୍ତବରେ ଦୂର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ । ୟୁ.ଏନ.ଇ.ପି.ର ଏହି ରିମୋର୍ଟ ଅନୁଯାୟୀ ଫସଲ ଅମଳ ହେବାଠାରୁ ଆରମ୍ଭ କରି ପରସା ହେବା ପର୍ଯ୍ୟନ୍ତ .ଏବଂ ଶେଷରେ ଅଇଁଠା ବା ଉଚ୍ଛିତ ଭାବରେ ଫୋପଡା ହେବା ଯାଏଁ ବିଭିନ୍ନ ପର୍ଯ୍ୟାୟରେ ବାର୍ଷିକ ପ୍ରାୟ ୧୦୩ ଳୋଟି ଟନ୍ ଖାଦ୍ୟ ନଷ୍ଟ ହୋଇଥାଏ ଉତ୍ତର ଆମେରିକା ଓ ଯୁରୋପ ମହାଦେଶର ଖାଉଟିମାନେ ବାର୍ଷିକ ପ୍ରାୟ ୨୨୨ ନିୟୁତ ଟନ୍ ଭୋଜନ ଖାଦ୍ୟ ନଷ୍ଠ କରନ୍ତି | ସୂଚନାଯୋଗ୍ୟ ଯେ ୟୁରୋପ ଓ ଉତ୍ତର ଆମେରିକାରେ ଯେତିକି ଖାଦ୍ୟ ନଷ୍ଟ ହୁଏ,ତାହା ଆଫ୍ରିକାର ମୋଟ ଖାଦ୍ୟ ଉତ୍ପାଦନ ସହ ପ୍ରାୟ ସମାନ । ଅର୍ଥନୀତି ଦୃଷ୍ଟିରୁ ଯେଉଁ ଅଞ୍ଚଳର ଖାଉଟି ଆର୍ଥିକ ଦୁଷ୍ଟିରୁ ଯେତିକି ସ୍ଵଚ୍ଛଳ, ସେହିଦେଶରେ ନଷ୍ଠ ହେଉଥିବା ଖାଦ୍ୟର ପଗିମାଣ ସେତେ ଅଧିକ |
ପ୍ରକାଶ ପାଇଥିବା ୟୁ.ଏନ.ଇ.ପି ରିପୋର୍ଟରେ କ'ଣ ପ୍ରକାଶିତ ହୋଇ ଉଦବେଗ ସୃଷ୍ଟି କରୁଛି ?
1
ପରିବେଶ ଦୂଷିତ ହେଉଛି
2
ଲୋକମାନେ ଖାଇବାକୁ ପାଉନାହାନ୍ତି
3
ଲୋକମାନେ ଅଧିକ ଖାଇବାକୁ ପାଉଛନ୍ତି
4
ବିଶ୍ୱର ପ୍ରାୟ ୧୦୦ କୋଟି ଲୋକ ଅନାହାର ଓ ଅର୍ଦ୍ଧହାରରେ ସମୟ କାଟୁଛନ୍ତି |