Comprehension Passage

ଅନୁଚ୍ଛେଦଟି ପାଠକରି ନିମ୍ନରେ ଦିଆ ଯାଇଥ‌ିବା ପ୍ରଶ୍ନ ଗୁଡିକର ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

ମହାମେଘବାହାନ ଖ୍ରୀଷ୍ଟପୂର୍ବ ୭୩ ରେ କଳିଙ୍ଗକୁ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରି ଏକ ଦୃଢ ଶାସନର ମୂଳଦୁଆ ସ୍ଥାପନ କରିଥିଲେ। ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକଙ୍କ ବିଜୟ ପରେ ଖ୍ରୀଷ୍ଟପୂର୍ବ ୭୩ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶତାବ୍ଦୀ କାଳ କଳିଙ୍ଗରେ ମଗଧର କର୍ତ୍ତୃତ୍ଵ ପ୍ରତିଷ୍ଠିତ ଥିଲା | ତେଣୁ କଳିଙ୍ଗର ସେହି ରାଜନୈତିକ ସ୍ୱାଧୀନତା ତାହାର ଇତିହାସରେ ଏକ ବିଶିଷ୍ଟ ଘଟଣା ରୂପେ ବିବେଚିତ ହୁଏ। ମହାମେଘବାହାନ ଭୁବନେଶ୍ଵର ନିକଟସ୍ଥ ଆଧୁନିକ ଶିଶୁପାଳଗଡ଼ ଠାରେ ଯେଉଁ ନୂତନ ରାଜଧାନୀ ନିର୍ମାଣ କରିଥିଲେ, ତାହା କଳିଙ୍ଗନଗରୀ ରୂପେ ନାମିତ ହୋଇଥିଲା। ସେଠାରେ ତାଙ୍କର ଦୁର୍ଗ ଓ ପ୍ରାସାଦମାନ ପ୍ରଧାନତଃ ମୃତ୍ତିକା ଦ୍ୱାରା ନିର୍ମିତ୍ତ ହୋଇଥିଲା। ଖାରବେଳଙ୍କ ଅଭିଷେକର ପୂର୍ବ ବର୍ଷ ପ୍ରବଳ ବାତ୍ୟା ଯୋଗୁଁ ଦୁର୍ଗ ପ୍ରାଚୀର ଓ ଅଟ୍ଟାଳିକା ମାନ କେତେକାଂଶରେ ଭାଙ୍ଗି ପଡିଥିଲା। ସମ୍ଭବତଃ ନୂତନ ସଙ୍ଗଠିତ ରାଜ୍ୟର ଦୃଢ଼ୀକରଣରେ ମହାମେଘବାହନଙ୍କର ସମସ୍ତ ଶକ୍ତି ଓ ସମ୍ବଳ ବିନିଯୁକ୍ତ ହୋଇଥିଲା। ସେ ରାଜଧାନୀର ନିର୍ମାଣ କାର୍ଯ୍ୟ ନିମନ୍ତେ ବିଶେଷ ଧ୍ୟାନ ଦେଇ ପାରିନଥିଲେ। ଖାରବେଳ ନିଜକୁ କଳିଙ୍ଗ ରାଜବଂଶର ତୃତୀୟ ପୁରୁଷ ରୂପେ ହାତୀଗୁମ୍ଫା ଅଭିଲେଖରେ ପ୍ରକାଶ କରିଛନ୍ତି। ତେଣୁ କଳିଙ୍ଗର ପ୍ରଥମ ଚେଦି ରାଜା ମହାମେଘବାହାନ ହେଉଛନ୍ତି ତାଙ୍କର ପିତାମହ। ମହାମେଘବାହାନଙ୍କ ପରେ ତାଙ୍କ ପୁତ୍ର କଳିଙ୍ଗର ରାଜା ହୋଇଥିଲେ।

ମହାମେଘବାହାନ, ଖାରବେଳଙ୍କର ସମ୍ପର୍କରେ କ'ଣ ହେବେ ? 

1
ପିତା
2
ପିତାମହ
3
ପ୍ରପିତାମହ
4
ପୁତ୍ର

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation