Comprehension Passage
ନିମ୍ନ ପ୍ରଦତ୍ତ କବିତାଂଶଟି ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ।
କିଆ, କେତକୀ ବନ, ବେତସ କୁଞ୍ଜ ଘେନ
ମୋ' ତୀରେ ଶୂନ୍ୟ ଆଜି, ସିନ୍ଧୁ ଗୋ,
କାହିଁ ବିହଗ ଗାନ କୋକିଳ କୁହୁ ତାନ
ଯହୁଁ ଝରଇ ମଧୁ ବିନ୍ଦୁ ଗୋ।
ଶୁଣି ତଟିନୀ ବାଣୀ ବକ୍ଷକୁ ନେଇ ଟାଣି
କହିଲା ସିନ୍ଧୁ, "ଗିରି କନ୍ୟା ଗୋ,
ଲଭି ଈଶ୍ବର କୃପା ତୁ ଅଟୁ ମାତୃ ରୂପା
ତୁହି ତ ଜଗତରେ ଧନ୍ୟା ଗୋ।”
ମାନବ ମହାବଳୀ ପ୍ରକୃତି ପାଦେ ଦୋଳି
ନ ମାନି ବିଧତାର ନିୟମ,
କରୁଛି ଆଜି ଯାହା କାହିଁ ତା' ପାଇଁ ରାହା
ଲଭିବ ଦିନେ ଫଳ ଚରମ।
ଗାଇ କର୍ମର ଜୟ ଦେଇ ଅମୃତ ପୟ
ପୋଷୁଛୁ କୋଟି ଜନ ପରାଣୀ,
ଝରୁଛୁ ଝରୁଥୁବୁ ପରାଣ ଭରୁଥୁବୁ
ତୁହିଁ ତ ଜଗତର କଲ୍ୟାଣୀ ।
ଉପରୋକ୍ତ ପଦ୍ୟରେ ସମୁଦ୍ର କାହାକୁ ଧନ୍ୟ ବୋଲି କହିଛି?
1
ସାଗର
2
ଜଙ୍ଗଲ
3
ତଟିନୀ
4
ଝରଣା