Comprehension Passage
ମଣିଷ ତାର ଦୈନନ୍ଦିନ ଜୀବନରେ ନିଜ ଘର ହେଉ କିମ୍ବା ଅଫିସରେ, ବିଦ୍ୟାଳୟରେ ହେଉ କିମ୍ବା ଦୋକାନରେ ପ୍ରତ୍ୟେକଟି ଜାଗାରେ କମ୍ପ୍ୟୁଟରର ବ୍ୟବହାର କରୁଛି । ବର୍ତ୍ତମାନ ପ୍ରତ୍ୟେକଟି କାର୍ଯ୍ୟରେ କମ୍ପ୍ୟୁଟରର ଆବଶ୍ୟକତା ରହିଛି । ଯେମିତି ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ କାର୍ଯ୍ୟକୁ ଅତି ସରଳ ଓ ସହଜରେ ସଂପାଦିତ କରିପାରୁଛି ଏହି କମ୍ପ୍ୟୁଟର ମାଧ୍ୟମରେ । ବର୍ତ୍ତମାନ ସମୟରେ କମ୍ପ୍ୟୁଟର ମଣିଷ ଜୀବନରେ ଅତି ଦରକାରୀ ଏବଂ ମୁଖ୍ୟ ଅଂଶ ଭାବରେ ପରିଗଣିତ ହୋଇଛି । ସେଥ୍ପାଇଁ ବର୍ତ୍ତମାନର ସମୟକୁ ଡିଜିଟାଲ ସମୟ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ଏବଂ ଏହି ଡିଜିଟାଲ ଦୁନିଆରେ ଆଗକୁ ଯିବାକୁ ହେଲେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ନିତାନ୍ତ ଜରୁରୀ ।
ବର୍ତ୍ତମାନର ସମୟରେ କେଉଁ ଶିକ୍ଷା ଗ୍ରହଣ କରିବା ନିତାନ୍ତ ଜରୁରୀ ?
1
କମ୍ପ୍ୟୁଟର
2
ଡିଜିଟାଲ
3
ବ୍ୟବସାୟିକ
4
ନୈତିକ