Comprehension Passage
ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵେ ଅତି ସାନ
ଜୀବନେ ମୋର ନାହିଁ ତ କେବେ
କା’ ସାଥେ ଅଭିମାନ ।
ଜନ୍ତୁ ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ
ନିର୍ବିକାରେ ତଥାପି ମୁହିଁ
ପଡ଼ିଛି ଧରାପଥେ ।
ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ
ଏତିକି ଜାଣେ ବିଶ୍ଵ ଜୀବ
ମିଶଇ ମୋର ବୁକେ ।
ବାକ୍ୟ ହୀନ ନିଃସ୍ଵ ମୁହିଁ
ଭରସାହୀନ ଚିର,
ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋର ଶିର ।
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା – ମୁଁ. ’
ବିଶ୍ଵ ଅତି ସାନ ।
ଭରସାହୀନ ଚିର,
ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋର ଶିର ।
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା – ମୁଁ. ’
ବିଶ୍ଵ ଅତି ସାନ ।
ଧୂଳି ବୁକୁରେ କ'ଣ ମିଶିଯାଏ ?
1
ଶ୍ରେଷ୍ଠ ପ୍ରଦୂଷଣ
2
ଜଳ
3
ପ୍ରାଣୀମାନଙ୍କର ପଦପାତ
4
ଅନ୍ୟ ଧୂଳିକଣା