ନିମ୍ନଲିଖିତ ସୂଚନା କୁ ସାବଧାନ ର ସହିତ ଅଧ୍ୟୟନ କର ଏବଂ ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ର ଉତ୍ତର ଦିଅନ୍ତୁ ।
ଏକ ଅନୁସନ୍ଧାନ ସଂସ୍ଥା (ରିସର୍ଚ ଅର୍ଗାନାଇଜେସନ) ରେ ବୈଜ୍ଞାନିକ ଙ୍କ ଭର୍ତ୍ତି ର ମାପ ଦଣ୍ଡ ନିମ୍ନଲିଖିତ ଅଟେ । ଅଭ୍ୟର୍ଥୀ -
(1) ସର୍ବନିମ୍ନ 65% ମର୍କ ସହିତ ଗଣିତ/ପଦାର୍ଥ ବିଜ୍ଞାନ/ରସାୟନ ବିଜ୍ଞାନ ରେ ସ୍ନାତକୋତ୍ତର ହେବା ଜରୁରୀ ।
(2) 01-01-2018 କୁ 26 ବର୍ଷ ରୁ କମ ଏବଂ 35 ବର୍ଷ ରୁ ଅଧିକ ନ ହେବା ଆବଶ୍ୟକ ।
(3) 50% ରୁ ଅଧିକ ମାର୍କ ସହିତ ପୋଷ୍ଟ-ଡକ୍ଟରେଟ ର ଉପାଧି ହେବା ଜରୁରୀ ।
(4) ଉପରୋକ୍ତ କ୍ଷେତ୍ର ରେ ଅତି କମ ରେ 3 ବର୍ଷ ର ଅଭିଜ୍ଞତା ରହିବା ଉଚିତ ।
(5) ଏକ ବର୍ଷ ପାଇଁ ପରୀକ୍ଷା (ପ୍ରୋବେଶନ) ପାଇଁ ପ୍ରସ୍ତୁତ ହେବା ଉଚିତ ।
ଯଦି ପ୍ରାର୍ଥୀ (3) ବ୍ୟତୀତ ଉପରୋକ୍ତ ସମସ୍ତ ମାନଦଣ୍ଡ କୁ ପୂରଣ କରନ୍ତି, ତେବେ ତାଙ୍କୁ ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ଭାବରେ ନିଯୁକ୍ତ କରାଯାଇପାରିବ ।
ଯଦି ପ୍ରାର୍ଥୀ (3) ଏବଂ (4) ବ୍ୟତୀତ ଉପରୋକ୍ତ ସମସ୍ତ ମାନଦଣ୍ଡ ପୂର୍ଣ କଲେ ଜୁନିଅର ସାଇଣ୍ଟିଷ୍ଟ ଭାବେ ନିଯୁକ୍ତ ହେଇପାରିବ ।
ଯଦି ପ୍ରାର୍ଥୀ ସମ୍ପୃକ୍ତ କ୍ଷେତ୍ର ରେ 7 ବର୍ଷ ର ଅଭିଜ୍ଞତା ସହିତ ଉପରୋକ୍ତ ମାନଦଣ୍ଡ ପୂରଣ କରନ୍ତି ତେବେ ତାଙ୍କୁ ଜଣେ ବରିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତ କରାଯାଇପାରିବ । ଯଦି ପ୍ରାର୍ଥୀ ସମପୃକ୍ତି କ୍ଷେତ୍ର ରେ 12 ବର୍ଷ ର ଅଭିଜ୍ଞତା ସହିତ ଉପରୋକ୍ତ ସମସ୍ତ ମାନଦଣ୍ଡ ପୂରଣ କରନ୍ତି, ତେବେ ମୁଖ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତ ହେଇପାରିବେ ।
1/1/18 ସୁଦ୍ଧା ସୁଧୀର ଙ୍କୁ 28 ବର୍ଷ ବୟସ ହେଇଛି, ସେ ଗଣିତ ରେ ଡକ୍ଟରେଟ ଏବଂ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି, ସେ ମଧ୍ୟ ଏକାଡେମିକ ଶିକ୍ଷା କ୍ଷେତ୍ର ରେ 75%ରୁ ଅଧିକ ମାର୍କ ହାସଲ କରିଛନ୍ତି । ତାଙ୍କର କୌଣସି ଅଭିଜ୍ଞତା ନାହିଁ କିନ୍ତୁ ଏକ ବର୍ଷ ସେବା ପାଇଁ ପ୍ରୋବେଶନ ରେ ରହିବାକୁ ପ୍ରସ୍ତୁତ । ତାଙ୍କୁ କେଉଁ ପଦ ରେ ନିଯୁକ୍ତ କରାଯାଇପାରିବ ?