Comprehension Passage
ସଙ୍ଗୀତ-ଚର୍ଚ୍ଚା ପ୍ରତି ଅନୁରକ୍ତି ସୃଷ୍ଟି କରାଇବା ଯୁକ୍ତରାଷ୍ଟ୍ର ଶିକ୍ଷା ପଦ୍ଧତିର ଏକ ସ୍ଵତନ୍ତ୍ର ଅଂଶ । ଦେଶର କ୍ଷୁଦ୍ରତମ ଶିକ୍ଷାନୃଷ୍ଠାନରୁ ବିଶ୍ଵବିଦ୍ୟାଳୟର ଶୀର୍ଷ ସୋପାନ ପର୍ଯ୍ୟନ୍ତ ସଙ୍ଗୀତ- ଶିକ୍ଷା ଲାଗି ଯାବତୀୟ ବ୍ୟବସ୍ତା ରହିଛି । ପ୍ରାୟ ପାଞ୍ଚକୋଟି ବ୍ୟକ୍ତି ଯୁକ୍ତରାଷ୍ଟରେ 'କୌଣସି ନା କୌଣସି ବାଦ୍ୟଯନ୍ତ୍ର ନିପୁଣତାର ସହିତ ବଜାଇ ଜାଣନ୍ତି । ଗୀର୍ଜାରେ, ବିଦ୍ୟାଳୟରେ, କାରଖାନାରେ, ଅବସର ବିନୋଦନ ଲାଗି ନାନାପ୍ରକାର ସଂଘ ଓ ସଂସ୍ଥା ଜରିଥାରେ ସଂଗୀତ- ଚର୍ଚ୍ଚା ଲାଗି ଢେର ସୁଯୋଗ ସେ ଦେଶରେ ମିଳେ । ବଡ଼ ପଣ୍ୟଭଣ୍ଡାରଗୁଡ଼ିକ ବିକ୍ରି ଖର୍ଦ୍ଦିବେଳେ ଆମୋଦଦାୟକ ବାତାବରଣ ସୁଷ୍ଟି କରିବା ଉଦ୍ଦେଶ୍ୟରେ ସଙ୍ଗୀତ ପ୍ରଚାର ବ୍ୟବସ୍ଥା ହୋଇଛି । କାରଖାନାରେ ଶ୍ରମିକଙ୍କ ଚିତ୍ତବିନୋଦନ ଲାଗି ବେଳେ ବେଳେ ସଙ୍ଗୀତ ପ୍ରଚାରିତ ହୁଏ। ଦେଶସାରା ' ରେକର୍ଡ କ୍ଲବ' ଗଢ଼ି ସଙ୍ଗୀତ ପ୍ରେମୀଏ “କ୍ଲ୍‌ସିକାଲ୍‌' ଓ ଆଧୁନିକ ସଙ୍ଗୀତର ନୂତନ ନୂତନ ରେକର୍ଡ କିଣନ୍ତି। ବିଭିନ୍ନ ବାଦ୍ୟଯନ୍ତ୍ର ବିକ୍ରି ଲାଗି ସବୁ ସହରରେ ବଡ଼ ବଡ଼ ଦୋକାନ ରହିଛି, |ସଙ୍ଗୀତ ଓ ନୃତ୍ୟକଳା ଶିକ୍ଷା ଲାଗି ଅସରନ୍ତି ଅନୁଷ୍ଠାନ ରହିଛି।

ଯୁକ୍ତରାଷ୍ଟ୍ରରେ ପ୍ରାୟ କେତେ ଲୋକ କୌଣସି କୌଣସି ବାଦ୍ୟଯନ୍ତ୍ର ନିପୁଣତାର ସହିତ ବଜାଇ ଜାଣନ୍ତି ?

1
15 କୋଟି 
2
10 କୋଟି 
3
11 କୋଟି 
4
5 କୋଟି 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation