Comprehension Passage
ସମ୍ପ୍ରତ୍ତି ସମଗ୍ର ବିଶ୍ଵରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରତିଦ୍ଵନ୍ଦିତା ଚାଲିଛି । ଏହି ପ୍ରତିଦ୍ଵନ୍ଦିତାରେ କୃଷିକୁ ପଛରେ ପକାଇ ଶିଳ୍ପାନୁଷ୍ଠାନଗୁଡ଼ିକ ଆଗକୁ ମାଡ଼ି ଚାଲିଛନ୍ତି । ଅବଶ୍ୟ ଏକଥା ସତ ଯେ, ଦେଶର ପ୍ରଗତି ନିର୍ଭର କରେ ତା’ର ଅର୍ଥନୈତିକ ଅବସ୍ଥାର ଉନ୍ନତିରେ । ଅର୍ଥନୈତିକ ଅବସ୍ଥା କୃଷି, ଶିଳ୍ପ ଇତ୍ୟାଦି ଉପରେ ନିର୍ଭରଶୀଳ । ସାମ୍ପ୍ରତିକ ସମୟରେ କୃଷିକୁ ଯେତିକି ଗୁରୁତ୍ୱ ଦିଆଯିବା ଆବଶ୍ୟକ, ଶିଳ୍ପକୁ ମଧ୍ୟ ସେତିକି ଗୁରୁତ୍ୱ ଦେବାକୁ ହେବ । ତେବେ ବୃହତ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ପୁଞ୍ଜି, ଭୂମି ତଥା କଞ୍ଚାମାଲ ଆବଶ୍ୟକ ହେଉଥିବାରୁ ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ରରେ କ୍ଷୁଦ୍ରଶିଳ୍ପ ବା କୁଟୀର ଶିଳ୍ପ ପ୍ରତିଷ୍ଠାନକୁ ପ୍ରାଧାନ୍ୟ ଦେବାପାଇଁ ମହାତ୍ମାଗାନ୍ଧୀ କହୁଥିଲେ । ଏହାଦ୍ଵାରା ପଲ୍ଲୀ ତଥା ପଲ୍ଲୀବାସୀଙ୍କର ଉନ୍ନତି ହେବା ସଙ୍ଗେ ସମଗ୍ର ଦେଶର ଅର୍ଥନୈତିକ ପ୍ରଗତି ସମ୍ଭବହେବ । ବର୍ତ୍ତମାନ ଦେଶରେ ଯେଉଁ ଉତ୍କଟ ବେକାରୀ ସମସ୍ୟା ସୃଷ୍ଟି ହୋଇଛି ତା’ର ସମାଧାନ ସହଜ ହେବ । ଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳର ଯୁବଶକ୍ତି ସମୟକ୍ରମେ ସହରାଭିମୁଖୀ ହେଉଛି । ଗ୍ରାମାଞ୍ଚଳଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା ହେଲେ ଜନସାଧାରଣଙ୍କ ଦୃଷ୍ଟି ସହରରୁ ପୁଣି ଗ୍ରାମ ଆଡ଼କୁ ଫେରିଆସିବ । ଅଧିକରୁ ଅଧିକ ଲୋକେ ପୁଣି କର୍ମସଂସ୍ଥାନ ପାଇପାରିବେ । ସମବାୟ ଭିତ୍ତିରେ ପ୍ରତିଷ୍ଠିତ ଏହି ଶିଳ୍ପାନୁଷ୍ଠାନ ଗୁଡ଼ିକରେ କୃଷିଜାତ ଦ୍ରବ୍ୟର ଉପଯୋଗ ହେବା ଫଳରେ ଗ୍ରାମର କୃଷକମାନେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଲାଭବାନ୍ ହେବେ । ତେବେ ଏସବୁର ସଫଳତା ଆମ ଦେଶର ଯୋଜନା ପ୍ରସ୍ତୁତକାରୀ କର୍ମକର୍ତ୍ତାଙ୍କ ନିଷ୍ଠା ଓ ସଚ୍ଚୋଟପଣିଆ ଉପରେ ନିର୍ଭରଶୀଳ ।

ଦେଶର ଅର୍ଥନୈତିକ ପ୍ରଗତି କାହା ଉପରେ ନିର୍ଭରଶୀଳ ?

1
କୃଷି
2
ଶିଳ୍ପ
3
ବୈଦେଶିକ ନୀତି
4
ଉଭୟ (A) ଏବଂ (B)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation