Comprehension Passage
ଶିଶୁଟାଏ ଏ ସୃଷ୍ଟିର ଶ୍ରେଷ୍ଠ ସମ୍ପଦ। ଶିଶୁର ବିକାଶ ହିଁ ରାଷ୍ଟ୍ରର ବିକାଶ। ଶିଶୁଟିଏ ଶୈଶବବସ୍ଥାରୁ ବାର୍ଦ୍ଧକ୍ୟବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ବୃଦ୍ଧି ଓ ବିକାଶ ଦେଇ ଗତି କରିଥାଏ। ଏହି ଦୃଷ୍ଟିରୁ ବିଚାର କଲେ କୈଶୋର ଅବସ୍ଥା ବ୍ୟକ୍ତି ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ, ସ୍ପର୍ଶକାତର ଓ ଅତ୍ୟନ୍ତ ସମ୍ବେଦନଶୀଳ ସମୟ । ଏହା ମୁଖ୍ୟତଃ ୯-୧୦ ବର୍ଷରୁ ଆରମ୍ଭ ହୋଇ ୧୯ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହି ପର୍ଯ୍ୟାୟକୁ ତିନି ଭାଗରେ ବିଭକ୍ତ କରି ୯ ରୁ ୧୩ ବର୍ଷ ପର୍ଯ୍ୟନ୍ତ ପ୍ରାକ୍ – କୈଶୋରାବସ୍ଥା, ୧୪ ରୁ ୧୫ ପର୍ଯ୍ୟନ୍ତ ମଧ୍ୟ କୈଶୋରାବସ୍ଥା ଓ ୧୬ ରୁ ୧୯ ବର୍ଷ ପର୍ଯ୍ୟନ୍ତ ଶେଷ କୈଶୋରାବସ୍ଥା ମଧ୍ୟରେ ସୀମିତ ରଖାଯାଇଛି। ବିଶିଷ୍ଟ ମନୋବିଜ୍ଞାନୀ ଜର୍ସିଲ୍ ବାଳକ ବାଳିକାମାନଙ୍କର ବାଲ୍ୟାବସ୍ଥାରୁ ପୌଢ଼ାବସ୍ଥାକୁ ମାନସିକ, ଶାରୀରିକ, ସାମାଜିକ ଓ ନୈତିକ ଦୃଷ୍ଟିରୁ ଗତି କରିବାର ସମୟସୀମାକୁ କୈଶୋରାବସ୍ଥା ଭାବେ ବର୍ଣ୍ଣନା କରିଛନ୍ତି । କୈଶୋରାବସ୍ଥାର ଇଂରାଜୀ ନାମ 'Adolescence’ ଶବ୍ଦଟି ଲାଟିନ୍ ଶବ୍ଦ 'Adolescere' ଶବ୍ଦରୁ ବ୍ୟୁତ୍ପତ୍ତି ଲାଭ କରିଛି ଯାହାକି ସାଧାରଣତଃ ଶାରୀରିକ ପରିପକ୍ଵତାକୁ ହିଁ ବୁଝାଇଥାଏ। “Adolescence means to grow or to grow to maturity'' ଏହି ସମୟରେ ଶାରୀରିକ, ମାନସିକ, ଆବେଗିକ ଓ ସାମାଜିକ କ୍ଷେତ୍ରରେ ବହୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହେତୁ ବାଳକମାନେ କିଶୋର ଏବଂ ବାଳିକାମାନେ କିଶୋରୀ ରୂପେ ବିବେଚିତ ହୋଇଥାନ୍ତି । ହରମୋନ୍ର ପ୍ରଭାବ ଫଳରେ ଶରୀର ଓ ମନର ଦ୍ରୁତ ପରିବର୍ତ୍ତନ ଘଟିଥାଏ । କିଶୋର କିଶୋରୀମାନଙ୍କ ଆଚରଣରେ ମଧ୍ୟ ପୂର୍ବ ଅବସ୍ଥା ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ। ଏହାକୁ ଯୁବକ୍ରାନ୍ତି (Puberty) କୁହାଯାଏ। ଏହା ଏକ ବିଶେଷ ଅବସ୍ଥା । ବିଶିଷ୍ଟ ମନୋବିଜ୍ଞାନୀ ‘ପୋଲୋ’ଙ୍କ ମତରେ କୈଶୋରାବସ୍ଥା ସମଗ୍ର ଅଭିବୃଦ୍ଧି ଓ ବିକାଶର ପ୍ରକୃଷ୍ଟ ସମୟ। ଦ୍ରୁତ ଶାରୀରିକ ପରିବର୍ତ୍ତନ ଏବଂ ଯୌନାଙ୍ଗର ବିକାଶ ହେତୁ କିଶୋରକିଶୋରୀମାନଙ୍କ ମନରେ ନୂତନ ଶିହରଣ ସେମାନଙ୍କୁ ବିଭ୍ରମ କରେ ଏବଂ ଉଦ୍ବେଗର କାରଣ ହୋଇଥାଏ। ପ୍ରକୃତ ତଥ୍ୟ ଜାଣି ନଥିବାରୁ ଅଧିକାଂଶ କିଶୋର କିଶୋରୀଙ୍କର ଯୌନ ଏବଂ ଯୌନତା ସମ୍ପର୍କୀୟ ପ୍ରଶ୍ନଗୁଡିକ ସମ୍ବନ୍ଧରେ ଭ୍ରମାତ୍ମକ ଧାରଣା ମାନସିକ ଅଶାନ୍ତିର କାରଣ ହୋଇଥାଏ। ଏହି ସମୟର ଗୁରୁତ୍ଵକୁ ଲକ୍ଷ୍ୟକରି ଷ୍ଟାନେଲ ହଲ ‘କୈଶୋରାବସ୍ଥା ହିଁ ଚାପ ଓ ପ୍ରବଣତାର ସମୟ’ ବୋଲି ବିବେଚନା କରିଛନ୍ତି । ବାସ୍ତବରେ ଏହି ଅବସ୍ଥା ଜୀବନର ଏକ ସନ୍ଧିକ୍ଷଣ। ତେଣୁ ଏହି ସମୟରେ ଶିକ୍ଷାର୍ଥୀମାନଙ୍କୁ ଦ୍ରୁତ ପରିବର୍ତ୍ତନଶୀଳ ଶାରୀରିକ, ମାନସିକ, ସାମାଜିକ, ଆବେଗିକ ଏବଂ ନୈତିକ ପରିବର୍ତ୍ତନ ସମ୍ପର୍କରେ ଧାରଣା ଦେବା ସହ ଯୌନ ଚେତନାର ବିକାଶ ଘଟାଇ ଏକ ସୁସ୍ଥ ସବଳ ନାଗରିକ ଭାବେ ଗଢ଼ି ତୋଳିବା ପିତାମାତା, ଶିକ୍ଷକ ଏବଂ ସମଗ୍ର ସମାଜର କର୍ତ୍ତବ୍ୟ ଓ ଦାୟିତ୍ଵ ।
ଯୁବକ୍ରାନ୍ତିର ମତବାଦ କିଏ କରିଥିଲେ ?
1
ଡାରୱିନ
2
ମେଣ୍ଡେଲିଭ
3
ପୋଲୋ
4
ଜର୍ସିଲ୍