ଦେଶଛାଡ଼ି ଜଣେ ବିଦେଶରେ କୋଡ଼ିଏ ବର୍ଷ ରହିଯାଏ ତେବେ ସେଇ ବିଦେଶଟା ତାଙ୍କର ଦ୍ଵିତୀୟ ଘର ହୋଇଯାଏ । ସବୁ ଅପ୍ରୀତିକର ସ୍ମୃତିକୁ ଭୁଲିଯାଇ ମୋହନ ଦକ୍ଷିଣ ଆଫ୍ରିକାର ଗୋଟିଏ ସୁନ୍ଦର ଚିତ୍ର ହୃଦୟରେ ଧରି ଫେରିଛନ୍ତି । ତାଙ୍କର ବିଦାୟକାଳୀନ ସଭାରେ ଭାରତୀୟଙ୍କ ସହିତ ଅନେକ ଇଂରେଜ ଉପସ୍ଥିତ ଥିଲେ । ବିଦାୟ ସମ୍ବର୍ଦ୍ଧନାର ଉତ୍ତର ଦେଇ ଗାନ୍ଧିଜୀ କହିଲେ - “ଯଦି ମାତୃଭୂମି ପରେ କେଉଁ ଦେଶ ମୋର ଅଧିକ ପ୍ରିୟ, ପବିତ୍ର ହୋଇଥାଏ, ତେବେ ତାହା ହେଉଛି ଦକ୍ଷିଣ ଆଫ୍ରିକା । ମୁଁ ଦୁଃଖର ସହିତ ଏ ଦେଶ ଛାଡୁଛି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ମୋ ଭିତରେ ଯେଉଁ ବ୍ୟବଧାନ ରହିବା ତାହା ବରଂ ମତେ ଏ ଦେଶ ଆଡକୁ ଆକର୍ଷିତ କରିବ । ଦକ୍ଷିଣ ଆଫ୍ରିକାର କଲ୍ୟାଣ ଦେଖବାକୁ ମୁଁ ବ୍ୟାକୁଳ । ହେଉଥିବି । ଏଠି ମୋର ଦେଶବାସୀଙ୍କଠାରୁ ଯେଉଁ ଶ୍ରଦ୍ଧା ପାଇଛି ଏବଂ ୟୁରୋପୀୟମାନେ ମୋତେ ଉଦାରଭାବେ ସାହାଯ୍ୟ କରିବାକୁ ଯେଭଳି । ଆଗେଇ ଆସିଛନ୍ତି, ତାହା ମୋର ସବୁଦିନେ ସ୍ମରଣ ରହିବ ।”
ବିଦେଶ ଦ୍ବିତୀୟ ଘର କେମିତି ପାଲଟେ?
1
ନାଗରିକତ୍ବ ଗ୍ରହଣ ନକଲେ
2
ବର୍ଷଟିଏ ରହିଗଲେ
3
କୌଣସିଟି ନୁହେଁ
4
କୋଡ଼ିଏବର୍ଷ ରହିଗଲେ