Comprehension Passage
ଅନୁଚ୍ଛେଦଟି ପାଠ କରି ନିମ୍ନଲିଖିତ ପ୍ରଶ୍ନଗୁଡିକର (ପ୍ରଶ୍ନ ନଂ 39 ରୁ 43 ପର୍ଯ୍ୟନ୍ତ) ଉତ୍ତର ଦିଅ :
ଆମେରିକା ମାନଙ୍କୁ ପୁଞ୍ଜିବାଦୀ - ଜଡ଼ବଡ଼ି ଆଖ୍ୟାଦେଇ ତାଙ୍କ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା କୁ ହେୟଜ୍ଞାନ କରିବା ବଡ ସହଜ କଥା, କିନ୍ତୁ ଯେଉଁ ଭିତ୍ତି ଉପରେ ଯୁକ୍ତରାଷ୍ଟ୍ରତ ଐହିକ ସମ୍ପଦ ପ୍ରତିଷ୍ଠିତ ଏବଂ ଯେଉଁ ସବୁ କାରଣରୁ ତାହା ଏପରି ସାଫଲ୍ୟମଣ୍ଡିତ, ସେ କାରଣଗୁଡିକ ଅନ୍ଵେଷଣ କରିବା ଦରକାର l ମଣିଷ ରୁଟି ବିନା ବଞ୍ଚି ପାରିବ ନାହିଁ କିମ୍ବା ଖାଲି ଭୁଞ୍ଜିବା ନିମିତ୍ତ ବଞ୍ଚି ରହିବା ଜୀବନର ଏକ ମାତ୍ର ଲକ୍ଷ ନୁହେ l ମଣିଷ ସମାଜର ବିକାଶ କ୍ରମରେ ଏପରି ଅବସ୍ଥା ଆସେ, ଯେତେବେଳେ କି ମଣିଷ ମାତ୍ରେ କଲା- ସଂଗୀତ - ସ୍ଥାପତ୍ୟ- ଭାସ୍କର୍ଯ୍ୟ ପ୍ରତି ଆଗ୍ରହୀ ହୋଇ ଉଠନ୍ତି l ଯେଉଁ ଦେଶରେ ଜୀବନଧାରଣପଯୋଗୀ ନିତ୍ୟ ନୈମିତ୍ତିକ ପଦାର୍ଥ ଭରପୁର ହୋଇ ରହିଛି, ସେ ଦେଶ ଓ ସେ ସମାଜ ରେ ସ୍ୱତଃ ଅନେକ ଲୋକ କଲା - ସଂସ୍କୃତି ଚର୍ଚା ମାଧ୍ୟମରେ ଉନ୍ନତ ଜୀବନୋପଲବ୍ଧି ପ୍ରତି ଅକ୍ରୁସ୍ତ ହୋଇଉଠିବା ସ୍ୱାଭାବିକ କଥା l ବିଂଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ର ଅବସ୍ଥା ଏଇଆ l ଯୁକ୍ତରାଷ୍ଟ୍ରରେ ଫଳିତ ବିଜ୍ଞାନ ଓ ଟେକ୍ନୋଲୋଜିର ସଦୁପଯୋଗ ହେତୁ ଅନ୍ନ ବସ୍ତ୍ର ସମସ୍ୟାର ଅତି ସହଜ ସମାଧାନ ହୋଇପାରିବ l ଏ ଦେଶର ସାମାଜିକ ଓ ରାଜନୈତିକ ବ୍ୟବସ୍ଥାର ଲକ୍ଷ୍ୟ ହେଉଛି, ଆର୍ଥିକ ସ୍ୱଚ୍ଛଳତାର ଭିତ୍ତି ସୁଦୃଢ଼ କରାଇ ସାରିବା ପରେ, ଶିକ୍ଷା, ସଂସ୍କୃତି ଓ ସୁକ୍ଷ୍ମକଳା ପ୍ରତି ଆଗ୍ରହୀ ସୁନାଗରିକ ସୃଷ୍ଟି କରାଇବାକୁ ହେବ l ସଭ୍ୟତାର ପ୍ରଗତି ଲାଗି ଶିକ୍ଷା ଓ ସଂସ୍କୃତିର ବିକାଶ ସର୍ବାଗ୍ରେ ଲୋଢା l ଯୁକ୍ତରାଷ୍ଟ୍ରର ସାମାଜିକ ଅଭ୍ୟୁଦୟ ଏପରି ଅବସ୍ଥାରେ ପହଞ୍ଚିଲାଣି ଯେ ସେଥିରେ ସଂସ୍କୃତି ପ୍ରସାର ଅଗ୍ରାଧିକାର ଲାଭ କରିଛି l

 ଯୁକ୍ତରାଷ୍ଟ୍ରର  ଅଭ୍ୟୁଦିତ ସାମାଜିକ ବ୍ୟବସ୍ଥାରେ କଣ ଅଗ୍ରାଧିକାର ଲାଭ କରିଛି ?

1
ସଂସ୍କୃତି ପ୍ରସାର 
2
ଅନ୍ନ ବସ୍ତ୍ର ବ୍ୟବସ୍ଥା 
3
ଶିଳ୍ପ ପ୍ରସାର 
4
ସମାଜ ସଂସ୍କାର 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation