Comprehension Passage
ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି। ଏକଥା ନିଃସନ୍ଦେହ ଯେ ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ। ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ । ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି । ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି ।

କେଉଁ କାରଣରୁ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି ?

1
ମନୁଷ୍ୟ ଭିତରେ ଅନ୍ଧବିଶ୍ଵାସର ପ୍ରଭୁତ୍ୱ ବିସ୍ତାର ହେତୁ
2
ମନୁଷ୍ୟ ଭିତରେ ଆସୁରିକ ପ୍ରଭୁତ୍ୱ ବିସ୍ତାର ହେତୁ
3
ମନୁଷ୍ୟ ଭିତରେ ନାସ୍ତିକ ଭାବର ବିସ୍ତାର ହେତୁ
4
ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେତୁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation