Comprehension Passage
ବିରଜା କ୍ଷେତ୍ରମହାତ୍ମ୍ୟରେ ବର୍ଣ୍ଣିତ ଅଛି ଯେ- ଗୟାସୁର ନାମରେ ଜଣେ ଅସୁର ଥିଲା । ସେ ଏତେ ବେଶୀ ଦାନଶୀଳ, ଧାର୍ମିକ ଓ ଅହିଂସ ଥିଲା ଯେ ଦେବତାମାନେ ତାକୁ ଭୟ କଲେ ଓ ତା'ର ବିନାଶ ପାଇଁ ବିଷ୍ଣୁଙ୍କର ଶରଣ ନେଲେ । ବିଷ୍ଣୁ ଅହିଂସ ଗୟାସୁରକୁ ଯୁଦ୍ଧରେ ନ ମାରି କୌଶଳରେ ମାରିଲେ । ଗୟାସୁରକୁ ସତ୍ୟ କରାଇ ତା'ର ଦେହଟାକୁ ଦାନ ସ୍ଵରୂପ ମାଗିନେଲେ ଓ ତାକୁ ତିନିଖଣ୍ଡ କରି ତା'ର ମୁଣ୍ଡକୁ ଗୟାରେ ନାଭି ଅଂଶକୁ ଯାଜପୁରରେ ଓ ପାଦ ଅଂଶକୁ ମହେନ୍ଦ୍ର ପର୍ବତରେ ପକାଇ ଦେଲେ । ଏହି ତିନି ସ୍ଥାନରେ ତିନୋଟି ତୀର୍ଥ ହେଲା । ଗୟାରେ ଗଦାଧରଙ୍କର ଅର୍ଥାତ୍ ବିଷ୍ଣୁଙ୍କର, ଯାଜପୁରରେ ବିରଜାଙ୍କର ଅର୍ଥାତ୍ ଶକ୍ତିଙ୍କର ଓ ମହେନ୍ଦ୍ର ପର୍ବତରେ ଗୋକର୍ଣ୍ଣେଶ୍ୱରଙ୍କ ଅର୍ଥାତ୍ ଶିବଙ୍କର କ୍ଷେତ୍ର ଏହିପରି ଭାବରେ ଉତ୍ପନ୍ନ ହେଲା ! ଏହି କିମ୍ବଦନ୍ତୀଟିରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନର ଗୋଟିଏ ପ୍ରଚ୍ଛନ୍ନ ଇତିହାସ ଅଛି ବୋଲି ମନେହୁଏ । ବ୍ରାହ୍ମଣମାନେ ଅହିଂସ ବୌଦ୍ଧମାନଙ୍କ ସହିତ ଯୁଦ୍ଧ କରି ବୈଦିକ ଧର୍ମର ପୁନଃ ସଂସ୍ଥାପନ କରି ନ ଥିଲେ । ଅନେକ ସ୍ଥଳରେ ବୌଦ୍ଧମାନଙ୍କୁ ଯୁକ୍ତିରେ ପରାସ୍ତ କରି ଓ ସେମାନଙ୍କର ତୀର୍ଥ ସ୍ଥାନଗୁଡ଼ିକୁ କଳ କୌଶଳରେ ଅଧିକାର କରି ସେମାନେ ଏହି ଧର୍ମର ପୁନଃପ୍ରତିଷ୍ଠା କରିଥିଲେ ।
ଗୟାସୁରର ନାଭି ଅଂଶଟି କେଉଁ ସ୍ଥାନରେ ପତିତ ହୋଇଥିଲା?
1
ଯାଜପୁର
2
ବ୍ରହ୍ମପୁର
3
ସମ୍ବଲପୁର
4
ସୁବର୍ଣ୍ଣପୁର