ନାଟକର ପ୍ରାଣ ହେଉଛି ଦ୍ୱନ୍ଦ୍ୱ । ଦ୍ୱନ୍ଦ୍ୱ ନଥିଲେ ଜୀବନ ସୁନ୍ଦର ଓ ପରିମାର୍ଜିତ ହୁଏ ନାହିଁ । ସଂଘାତ, ସଂଘର୍ଷ ନ ଥିଲେ ନାଟକଟି ସୁସ୍ୱାଦୁ ହୁଏ ନାହିଁ । ନାଟକୀୟ ଦ୍ୱନ୍ଦ୍ୱକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା - ବିଷୟବସ୍ତୁଗତ ଦ୍ୱନ୍ଦ୍ୱ, ଚରିତ୍ରଗତ ଦ୍ୱନ୍ଦ୍ୱ ଓ ମାନସିକ ଦ୍ୱନ୍ଦ୍ୱ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏବଂ ବ୍ୟକ୍ତି ସମାଜ ମଧ୍ୟରେ ଯେଉଁ ସଂଘର୍ଷ ଦେଖାଯାଏ ତାହାକୁ ବହିର୍ମୁଖୀ ଦ୍ୱନ୍ଦ୍ୱ କୁହାଯାଏ । ବ୍ୟକ୍ତି ମଧ୍ୟରେ ଦୁଇଟି ଭାବ ମଧ୍ୟରେ ଯେଉଁ ସଂଘର୍ଷ ଦେଖାଯାଏ ତାକୁ ଅନ୍ତର୍ମୁଖୀ ଦ୍ୱନ୍ଦ୍ୱ କୁହାଯାଏ । ପ୍ରଥମଟି ରକ୍ତାକ୍ତ ଯୁଦ୍ଧ ହେଲେ ଅନ୍ୟଟି ମାନସିକ ଯୁଦ୍ଧ ଅନ୍ତର୍ଭୁକ୍ତ । ଦ୍ୱନ୍ଦ୍ୱବିହୀନ ନାଟକ ନାଟକ ପଦବାଚ୍ୟ ନୁହେଁ ।
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏବଂ ବ୍ୟକ୍ତି ସମାଜ ମଧ୍ୟରେ ଯେଉଁ ସଂଘର୍ଷ ଦେଖାଯାଏ, ତାହାକୁ ନାଟକରେ କେଉଁ ଦ୍ଵନ୍ଦ କୁହାଯାଏ ?
1
ବହିର୍ମୁଖୀ
2
ଦ୍ଵନ୍ଦ
3
ସଂଘର୍ଷ
4
ଅନ୍ତର୍ମୁଖୀ