Comprehension Passage
ମହୁଲ ମଞ୍ଜିରୁ ପ୍ରସ୍ତୁତ ତେଲ ବିକ୍ରି କରି ଆଦିବାସୀମାନେ ସ୍ଵାବଲମ୍ବୀ ହୋଇ ପାରିଛନ୍ତି ।ଦଶନ୍ଧି ଦଶନ୍ଧି ଧରି ପାରମ୍ପାରିକ ଟୋଲରୁ ତେଲ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ । ମହୁଲ ମଞ୍ଜିକୁ ସ୍ଥାନୀୟ ଭାଷାରେ ଟୋଲ କୁହାଯାଏ । ଏହି ତେଲ କେବଳ କମ୍ ଦରରେ ଉପଲବ୍ଧ ତାହା ନୁହେଁ; ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ବଜାରରେ ଏବେ ୧୫୦ ରୁ ୨୦୦ ଟଙ୍କାରେ ସୋରିଷ ତେଲ ବିକ୍ରି ହେଉଥିବାବେଳେ ଅନ୍ୟାନ୍ୟ ଖାଇବା ତେଲ ୧୬୦ ରୁ ୧୮୦ ଟଙ୍କ ଉପରେ ବିକ୍ରି ହେଉଛି । ଏଭଳି ସମୟରେ ଆଦିବାସୀ ଓ ନିମ୍ନବର୍ଗର ଲୋକଙ୍କ ପାଇଁ ସାହା ଭରସା ପାଲଟିଛି ଟୋଲ ତେଲ । କିଲୋ ପ୍ରତି ୩ ଟଙ୍କାରେ ଟୋଲ ସଂଗ୍ରହ କରି ଏହା ପେଷି ତେଲ ବାହାର କରାଯାଇଥାଏ ।ଏକ କିଲୋ ଟୋଲ ପେଷିଲେ ପ୍ରାୟ ୨୫୦ ଗ୍ରାମ୍ ତେଲ ସଂଗ୍ରହ ହୋଇଥାଏ । ଏହି ଅନୁଯାୟୀ ୪ କିଲୋ ଟୋଲରେ ଏକ ଲିଟର ତେଲ ପ୍ରସ୍ତୁତ ହୋଇଥାଏ । ସ୍ଥାନୀୟ ବଜାରରେ ଏହି ତେଲ ଲିଟର ପିଚ୍ଛା ୧୨ ରୁ ୧୫ ଟଙ୍କାରେ ବିକ୍ରି ହେଉଛି । ଏହି ତେଲ ସ୍ଵାସ୍ଥ୍ୟ ଉପରେ ବିଶେଷ କିଛି ପ୍ରତିକୂଳ ପ୍ରଭାବ ପକାଏ ନାହିଁ । ତେବେ ମାତ୍ରାଧୁକ ବ୍ୟବହାର ଖରାପ ବୋଲି କେତେକ ଚିକିତ୍ସା ବିଶେଷଜ୍ଞ ମତ ଦିଅନ୍ତି । ଖରାଦିନେ ମହୁଲ ଗଛରୁ ଟୋଲ ସଂଗ୍ରହ କରିଥାନ୍ତି ଆଦିବାସୀ । ଏହାକୁ ପଟେଇ ଶୁଖାଇଥା'ନ୍ତି । ଶୁଖିବା ପରେ ନିକଟସ୍ଥ କାରଖାନାକୁ ନେଇ ପେଷେଇଥା'ନ୍ତି । ତେଲକୁ ସୁଆଦିଆ ଏବଂ ପତଳା କରିବା ପାଇଁ ସୋରିଷ ଓ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥା’ନ୍ତି । କେବଳ ସେତିକି ନୁହେଁ, ଟୋଲ ଓ ତେଲ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ଏମାନେ । ଏହି ତେଲ ପେଷେଇବା ମିଲ୍ ମାଲିକମାନେ ମଧ୍ୟ ଗ୍ରାହକଙ୍କଠାରୁ କମ୍ ପଇସା ନେଇଥା’ନ୍ତି । କାରଣ ଟୋଲରୁ ତେଲ ବାହାର କରିବା ପରେ ନିର୍ଗତ ହେଉଥିବା ଅଦରକାରୀ ଜିନିଷ ବାହାର ରାଜ୍ୟକୁ ବିକ୍ରି କରିଥା’ନ୍ତି ଏମାନେ । ଏଥିରେ ସାବୁନ୍ ତିଆରି ହେବା ସହ ମାଛଙ୍କ ଆହାର ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ । ସରକାର ଏବଂ ପ୍ରଶାସନ ପକ୍ଷରୁ ଏମାନଙ୍କୁ ସହଯୋଗ କରାଗଲେ ନିଜେ ତେଲ ବାହାର କରିବା ସହ ଉକ୍ତ ତେଲକୁ ବିକ୍ରି କରି ଅଦରକାରୀ ଜିନିଷକୁ ମଧ୍ୟ ଅନ୍ୟ ରାଜ୍ୟକୁ ବିକ୍ରି କରି ବେଶ୍ ଦୁଇ ପଇସା ଉପାର୍ଜନ କରିପାରନ୍ତେ ।
ମହୁଲ ମଞ୍ଜିର ଉପକାରିତା କ’ଣ ?
1
ଏଥିରୁ ଶସ୍ତା ଓ ଶରୀର ପାଇଁ ଉପକାରୀ ତେଲ ବାହାରେ ।
2
ଏଥିରୁ ସାବୁନ୍ ତିଆରି କରାଯାଏ ।
3
ଏଥିରୁ ମାଛଙ୍କ ପାଇଁ ଖାଦ୍ୟ ତିଆରି କରାଯାଏ ।
4
ଉପରଲିଖିତ ସମସ୍ତ ଉତ୍ତର ସଠିକ୍ ଅଟେ ।