ପ୍ରଦତ୍ତ ଅନୁଚ୍ଛେଦଟି ପାଠ କରି ପ୍ରଶ୍ନ ଗୁଡ଼ିକର ଉତ୍ତର ବାଛ :
୧୯୪୨ ଫେବ୍ରୁଆରୀରେ ଚୀନ୍ ଦେଶର ନେତା ମାର୍ଶାଲ୍ ଚିଆଙ୍ଗ ବାରଦିନିଆ ଗସ୍ତରେ ଭାରତ ଆସିଥାନ୍ତି । ଯୁଦ୍ଧ ବିଷୟରେ ଭାରତର ବଡ଼ ଲାଟଙ୍କ ସହିତ ଆଲୋଚନା କରିବା ତାଙ୍କର ଲକ୍ଷ୍ୟଥାଏ । ଏହି ଅବସରରେ ଗାନ୍ଧିଜୀ ଓ ଜବାହରଲାଲଙ୍କ ସହିତ ଭେଟିବାର ଆଗ୍ରହ ରଖୁ ସେ ଆସିଥାନ୍ତି । ଦୁହିଁଙ୍କ ସହିତ ଚିଆଙ୍ଗଙ୍କର କଥାବାର୍ତ୍ତା ହେଲା । ଭାରତରୁ ତାଙ୍କର ବିଦାୟବାର୍ତ୍ତାରେ ମାର୍ଶାଲ୍ ଚିଆଙ୍ଗ କହିଗଲେ ଯେ ବ୍ରିଟିଶ୍ ସରକାର ଯଥାଶୀଘ୍ର ଭାରତକୁ ରାଜନୈତିକ କ୍ଷମତା ପ୍ରଦାନ କରନ୍ତୁ । ତେବେ ଭାରତ ଜାପାନ୍ ବିରୁଦ୍ଧରେ ଶକ୍ତି ଖଟେଇ ଲଢ଼ିବ । ଜାପାନ୍ ଯୋଗୁ ଚୀନରେ ମଧ୍ୟ ଆତଙ୍କ ଖେଳି ଯାଇଥାଏ । ଏକଥା ଆମେରିକା ମଧ୍ୟ ବୁଝିଥାଏ ଓ ଇଂଲଣ୍ଡ ଉପରେ ଚାପ ପକାଉଥାଏ । ଦ୍ୱିତୀୟ ବିଶ୍ବଯୁଦ୍ଧରେ ଆମେରିକା ଓ ଋଷିଆ ଇଂଲଣ୍ଡ ପଟେ ରହି ଲଢ଼ୁଥାନ୍ତି । ଋଷିଆ ଓ ଜର୍ମାନ୍ ମଧ୍ଯରେ ସୁସମ୍ପର୍କ ଥିଲା । ବିଜୟ ଉଲ୍ଲାସରେ ମତ୍ତହୋଇ ହିଟ୍ଲର ଋଷିଆ ଆକ୍ରମଣ କରିବାରୁ ଋଷିଆ ଇଂଲଣ୍ଡ ସହିତ ମିଶିଲା । କୁହାଯାଉଥାଏ, ଦ୍ୱିତୀୟ ମହାଯୁଦ୍ଧ ଫାସୀବାଦ ଓ ନାଜୀବାଦ ବିରୁଦ୍ଧରେ ଗଣତନ୍ତ୍ର ବାଦର ଯୁଦ୍ଧ । ଯଦି ଏପରି କଥା, ତେବେ ଯୁଦ୍ଧ ପରେ ବ୍ରିଟିଶ୍ ସରକାର ଭାରତକୁ ସ୍ଵେଚ୍ଛାରେ ସ୍ଵାଧୀନତା ପ୍ରଦାନ କରିବ ବୋଲି ଘୋଷଣା କରିବା ଉଚିତ୍ ହୁଅନ୍ତା । ଏହି ମର୍ମରେ କିଛି ଘୋଷଣା କରିବାକୁ ଆମେରିକାର ପ୍ରେସିଡେଣ୍ଟ୍ ରୁଜଭେଲଟ୍ ଚର୍ଚ୍ଚିଲଙ୍କ ଉପରେ ଚାପ ପକାଉଥାନ୍ତି । ବିଶେଷତଃ ଜାପାନ୍, ଇଂଲଣ୍ଡ୍ ବିରୁଦ୍ଧରେ ଯୁଦ୍ଧରେ ଯୋଗଦାନ କରିବା ପରେ ଭାରତର ସହଯୋଗ ଜରୁରୀ ହୋଇପଡ଼ିଥାଏ । ପ୍ରେସିଡେଣ୍ଟ୍ ରୁଜ୍ଲଟ୍ କଣ୍ଢେଲ୍ ଲୁଇସ୍ ଜନ୍ସନ୍ଙ୍କୁ ତାଙ୍କର ଦୂତ ଭାବେ ଭାରତୀୟ ନେତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପଠାଇଥାନ୍ତି । ଗୋଟିଏ ପରାଧୀନ ଦେଶକୁ ଏକ ସ୍ୱତନ୍ତ୍ର ଦେଶ ସିଧାସଳଖ ଦୂତ ପଠାଇବା ଅସାଧାରଣ ପଦକ୍ଷେପ । ରୁଜଭେଲଟଙ୍କ ମନୋଭାବ ବୁଝିବା ପାଇଁ ଏହି ଘଟଣାଟି ଯଥେଷ୍ଟ ।
କ'ଣ ଘୋଷଣା କରିବା ପାଇଁ ରୁଜ୍ ଭେଲ୍ଟଚର୍ଛଲଙ୍କ ଉପରେ ଚାପ ପକାଉଥିଲେ ?