Comprehension Passage
ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ । ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି । ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି । ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ । ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।
ଆଫ୍ରିକାରେ କାହାର ମୂଳଦୁଆ ବୋଲି କିଛି ନାହିଁ ?
1
ସଭ୍ୟତା
2
ଆଭିଜାତ୍ୟ
3
ଧର୍ମ
4
ସଂସ୍କୃତି