Comprehension Passage
୪୦୦ ବର୍ଷ ତଳେ ଆଫ୍ରିକା ମହାଦେଶର ମଣିଷ ଓ ମଣିଷ ଛୁଆ ସବୁ ବଣର ହରିଣ ପରି ଧରାହୋଇ ଆରବ ଦେଶର ବଜାରରେ ବିକ୍ରି ହେଉଥିଲେ । ଆଫ୍ରିକାର ଟ୍ରାଇବାଲ ଚିଫ୍ ସାମନ୍ତ ରାଜାମାନେ ଆରବ ତଥା ଗୋରା ବେପାରୀମାନଙ୍କ ଠାରୁ ବିଦେଶୀ ମଦ ଓ ନାନା ରଙ୍ଗର ପୋଷାକପରିଚ୍ଛଦ ତଥା ସରଞ୍ଜାମ ପାଇଁ ତାଙ୍କ ନିଜ ଗୋଷ୍ଠୀ ଅଧୀନସ୍ଥ ନିଗ୍ରୋମାନଙ୍କୁ ମୂଲ ଲଗାଇବା ବାହାନାରେ ସଂଗ୍ରହକରି ନେବାପାଇଁ ଅନୁମତି ଦେଉଥିଲେ । ଥରେ ଜାହାଜରେ ଚଢାଇ ଦେଲାପରେ ଏଇ ତଥାକଥିତ ମଜୁରିଆମାନେ ଗାଈ ବଳଦ, ଛେଳି, ମେଣ୍ଢା ପରି ନିଃସହାୟ ହୋଇ ପଡୁଥିଲେ | ଦୟାମାୟା ଶୂନ୍ୟ ଅର୍ଥଲିପ୍ସୁ ବେପାରୀମାନେ ସେମାନଙ୍କୁ ବଜାରର ପଣ୍ୟଦ୍ରବ୍ୟ କରି ସ୍ୱାମୀଠାରୁ ସ୍ତ୍ରୀକୁ, ମା' ଠାରୁ ପୁଅ ଓ ଝିଅକୁ ଅଲଗା ଅଲଗା କରି ବିକ୍ରି କରୁଥିଲେ । ଆଉ ସେମାନଙ୍କୁ ଆମେରିକାର ଗୋରା ଲୋକମାନେ ତାଙ୍କ କପାଚାଷ ହେଉଥିବା ଜମିରେ ବେଠି ଖଟାଇବା ପାଇଁ କିଣି ନେଉଥିଲେ । ଗାଈ ବଳଦର ମାଲିକ ଯେପରି ବାଛୁରୀଗୁଡ଼ିକର ମଧ୍ୟ ମାଲିକ ବନିଯାଏ, ଏହି କ୍ରୀତଦାସଙ୍କ ପୁଅ ଝିଅମାନେ ମଧ୍ୟ ଠିକ ସେହିପରି ତାଙ୍କ ମାଲିକର ବିକ୍ରି ବନ୍ଧକ ପାଇଁ ପଣ୍ୟଦ୍ରବ୍ୟ ହୋଇଯାଉଥିଲେ । ସେହି କଳା କ୍ରୀତଦାସଙ୍କର ଦୁଃଖମୟ ଜୀବନ କାହାଣୀ 'ଟମକକାଙ୍କ କୂଟୀର'ରେ ବର୍ଣ୍ଣନା କରି ଲେଖିକା ଷ୍ଟୋ ଅମର ହୋଇଯାଇଛନ୍ତି ।
ଅର୍ଥଲିପ୍ସୁ ବେପାରୀଙ୍କ ସ୍ଵଭାବ କିପରି ଥିଲା ?
1
କୃପଣ
2
ଦାନଶୀଳ
3
ନିର୍ଦ୍ଦୟ
4
ହୃଦୟବାନ