Comprehension Passage
ଅନୁଚ୍ଛେଦଟି ପାଠ କରି ନିମ୍ନଲିଖିତ ପ୍ରଶ୍ନଗୁଡିକର (ପ୍ରଶ୍ନ ନଂ 31 ରୁ 35 ପର୍ଯ୍ୟନ୍ତ) ଉତ୍ତର ଦିଅ :
ଯୁକ୍ତରାଷ୍ଟ୍ରର ସାମାଜିକ ଜୀବନରେ କଲା ଓ ସଂସ୍କୃତିର ଶାଶ୍ୱତ ଉଦ୍ଭାସ ସେଠାକାର ସରକାରୀ ସାହାଯ୍ୟ ଉପରେ ନିର୍ଭରଶୀଳ ନୁହେଁ l ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବେସରକାରୀ ପ୍ରଚେଷ୍ଟାର ସାଫଲ୍ୟ ଯୁକ୍ତରାଷ୍ଟ୍ରରେ ସର୍ବତ୍ର ସୁସ୍ପଷ୍ଟ l ସଂସ୍କୃତି ପ୍ରସାର ଲାଗି ଯୁକ୍ତରଷ୍ଟ୍ରରେ ସରକାରୀ ଅପେକ୍ଷା ବେସରକାରୀ ମହଲା ଅପେକ୍ଷାକୃତ ଅଧିକ ଉପଯୋଗୀ l ବୋଷ୍ଟନ ସହରର ମ୍ୟୁଜିୟମ ଅଫ ଫାଇନ୍ ଆର୍ଟସ ଗର୍ବର ସହିତ ଘୋଷଣା କରିଥାଏ ଯେ, ସେ ଲଳିତ କଲା କେନ୍ଦ୍ରର ଯାବତୀୟ ବ୍ୟୟ ବେସରକାରୀ ସାହାଯ୍ୟ ଓ ଚାନ୍ଦା ସୂତ୍ରରୁ ମିଳିଥାଏ l ସଂସ୍କୃତି ପ୍ରସାର ଲାଗି ଯୁକ୍ତରାଷ୍ଟ୍ରରେ କେହି ସରକାରୀ ସାହାଯ୍ୟ ପ୍ରତି ଆଶା ରଖନ୍ତି ନାହିଁ, କାରଣ ସାହାଯ୍ୟ ଦେବା ପରେ ପରେ ଆନୁଷ୍ଠାନିକ ନୀତି ନିର୍ଦ୍ଧାରଣ ରେ ସରକାର ହସ୍ତକ୍ଷେପ କରିବାର ଆଶଙ୍କା ସ୍ୱାଭାବିକ l ଅର୍ଥନୈତିକ ତଥା ସାମାଜିକ ସଙ୍ଗଠନରେ ସରକାରୀ ହସ୍ତକ୍ଷେପ କୁ ଦୁରେଇ ରଖିବା ଆମେରିକାନ ଜାତିର ମୌଳିକ ବିଶ୍ୱାସ l ସେ ଦେଶର ସରକାର ମଧ୍ୟ ଏ ସମ୍ପର୍କ ରେ ସର୍ବଦା ସତର୍କ ଥାନ୍ତି l ବେଳାଭୂମିରେ ଥାଇ ସମୁଦ୍ର ତରଙ୍ଗ ପ୍ରତି ରାଜାଦେଶ ପ୍ରଦାନ କରିବା ଯେପରି ଅବ୍ୟାପାର ବୋଲି ସମ୍ରାଟ କାନ୍ୟୁଟ ବୁଝିଥିଲେ, ମନେ ହୁଏ l ଯୁକ୍ତରାଷ୍ଟ୍ରରେ ସରକାରୀ କର୍ତ୍ତୃପକ୍ଷ ଜନତାର ରୁଚି ଓ ରାଷବୋଧକୁ ନିୟନ୍ତ୍ରଣ କରିବା ସେହିପରି ଅପ୍ରାସଙ୍ଗିକ ଓ ଅହିତକର ମଣି ସଂସ୍କୃତି ଉପରେ ସରକାରୀ କର୍ତ୍ତବ୍ୟ ଉଣା କରିଛନ୍ତି l ଅର୍ଥନୀତିରେ ମାର୍ଜିନ ସମାଜ ଯେପରି ପ୍ରତିପତ୍ତିଶାଳୀ, କଲା ଓ ସଂସ୍କୃତି ବିକାଶରେ ସେଇ ସମାଜ ସେହିପରି ପ୍ରଗତିଶୀଳ l

ତରଙ୍ଗ ପ୍ରତି ରାଜାଦେଶ ପ୍ରଦାନ କରିବା ଅବ୍ୟାପାର ବୋଲି ବୁଝିଥିଲେ ସମ୍ରାଟ କାନ୍ୟୁଟଙ୍କର କେଉଁ ଧାରଣାର ସୂଚନା ମିଳେ ? 

1
ପ୍ରାକୃତିକ ନିୟମକୁ ନିୟନ୍ତ୍ରଣ କରିବା ଅସମ୍ଭବ
2
ରାଜାଙ୍କର କ୍ଷମତା ଅପରିସୀମ
3
ରାଜା ଶକ୍ତିଠାରୁ ବଡ ଶକ୍ତି ନାହିଁ
4
ରାଜାଙ୍କରହିଁ କେବଳ ଆଦେଶ ଦେବାର ଅଧିକାର ରହିଛି

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation