Comprehension Passage
କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର । ଗ୍ରାମ ମୁଣ୍ତାମୁଣ୍ତିରେ ଗୋଟିଏ ଘର । ଆଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚେରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ତଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି । ଶ୍ୟାମବନ୍ଧୁ ମହାନ୍ଦି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇ ଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇପଇସା ହାତପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରିଟଙ୍କାରୁ ଉଣା ହେବ ନାହିଁ, ସଂସାର ଏକରକମ ଚଳେ । ଏକରକମ କିଆଁ- ବୋଇଲେ ଭଲ ଚଳେ | ଏଟା ହେଲା ନାହିଁ, ସେଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ , ବାଡ଼ିରେ ଶାଗମୁଗ ଛାଡ଼ି ସଜନା ଦୁଇଗଛ |

ଘରର କେଉଁ କଥା କାହାରି ମୁହଁରୁ ଶୁଣାଯାଏ ନାହିଁ ?

1
ଗୋରୁଗୋଠ କଥା 
2
ହାତୀଶାଳ କଥା
3
ଘରର ଅଭାବ କଥା
4
ଜମିବାଡ଼ି କଥା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation