Comprehension Passage
କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର । ଗ୍ରାମ ମୁଣ୍ତାମୁଣ୍ତିରେ ଗୋଟିଏ ଘର । ଆଗିଲି ପିଛିଲି ଚାରିବଖରା, ଖଞ୍ଜା ପାଚେରି ଚାଳିଆରେ ଢେଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡଦୁଆର, ପଛକୁ ବାଡ଼ିଦୁଆର । ଦାଣ୍ଡଦୁଆର ମେଲାଘରେ ଦାଣ୍ତଲୋକେ ବସାଉଠା କରନ୍ତି, ପ୍ରଜାମାନେ ଖଜଣା ଦେବାକୁ ଆସି ଏହିଠାରେ ବସନ୍ତି । ଶ୍ୟାମବନ୍ଧୁ ମହାନ୍ଦି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇ ଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲହଣା ଇତ୍ୟାଦିରୁ ଦୁଇପଇସା ହାତପୈଠ ହୁଏ । ସବୁ ମିଶାଇଲେ ମାସକୁ ଚାରିଟଙ୍କାରୁ ଉଣା ହେବ ନାହିଁ, ସଂସାର ଏକରକମ ଚଳେ । ଏକରକମ କିଆଁ- ବୋଇଲେ ଭଲ ଚଳେ | ଏଟା ହେଲା ନାହିଁ, ସେଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ , ବାଡ଼ିରେ ଶାଗମୁଗ ଛାଡ଼ି ସଜନା ଦୁଇଗଛ |
ଶ୍ୟାମବନ୍ଧୁଙ୍କର ରୋଜଗାର ସବୁ ମିଶାଇ ମାସକୁ କେତେ ଟଙ୍କାରୁ ଉଣା ନୁହେଁ ?
1
ତିନିଟଙ୍କା
2
ଦୁଇଟଙ୍କା
3
ଚାରିଟଙ୍କା
4
ଛଅଟଙ୍କା