Comprehension Passage
ସୁବଳ ମହାକୁଡ଼ ଓରଫ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷିପଲ ଥିଲା । ମହାକୁଡ଼ ହରିଶପୁର ବଣଭିତରେ ପଲରେ ସବୁବେଳେ ଥାଏ, ଘରକୁ ଆସେ ନାହିଁ । ଶୀତ, ବର୍ଷା, ଖରା ସବୁ ତା' ପାଖରେ ସମାନ । ହେଲେ ବର୍ଷା ଦିନଟା ବଡ଼ ଆନନ୍ଦର ଦିନ । ଚରା ଢେର ମିଳେ, ମଇଁଷିଗୁଡ଼ାକ ବଡ଼ ଦୁଧିଆଳୀ ହୁଅନ୍ତି । ସେ ତାଳପତ୍ର ଟୋପରଟିଏ ମୁଣ୍ତରେ ଦେଇ ଚିତେ ଉଞ୍ଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନଯାକ ମଇଁଷିଙ୍କ ପଛେପଛେ ଧାଇଁଥାଏ । କାହିଁ ଆଣ୍ଠୁଏ, କାହିଁ ଅଣ୍ଟେ ପାଣି, ଦେହଯାକ କାଦୁଅ ଲଟପଟ, ଏଟା ତା'ର ଭାରି ଆନନ୍ଦ । ମହାକୁଡ଼ର ଆଉ ଘର ଦରକାର ନାହିଁ । ରନ୍ଧାବଢା ଲାଗି ବର୍ଷା ଦିନେ ଗୋଟିଏ ପଲା ଦରକାର । କେତେଟା ଡାଳ ପୋତି ତାହା ଉପରେ ବିଡ଼ାକେତେ ବେଣାଘାସ ପକାଇ ଦେଇ ଗୋଟିଏ ପଲା ତିଆରି କରେ । ପଲାଟି ନିହାତି ନୁଆଁଣିଆ । ସେ ବସି ବସି ଭିତରକୁ ଯାଏ ଓ ଭାତ ରାନ୍ଧେ । ଠିଆହେଲେ ପଲା ମୁଣ୍ତରେ ବାଜିବ । ପଲା ଚାରିପାଖେ ବାଡ଼ ନାହିଁ; କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ଘେନିଯାଏ ଦିଶିବ ନାହିଁ ।

​ପଲା କେଉଁଥିରେ ତିଆରି ହୋଇଥିଲା ?

1
ମାଟିକାଦୁଅରେ
2
କାଠରେ
3
ବାଉଁଶରେ
4
ବେଣାଘାସରେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation