Comprehension Passage
ଅନୁଚ୍ଛେଦଟି ପାଠ କରି ପ୍ରଶ୍ନ (ନଂ 41 ରୁ ନଂ 45) ଗୁଡିକର ଉତ୍ତର ଲେଖ :
ଅନୁବାଦକୁ ସାହିତ୍ୟ ଜଗତରେ ଅନେକ ବ୍ୟକ୍ତି ହେୟ ଦୃଷ୍ଟିରୁ ବିଚାର କରିଥାନ୍ତି l ଅନେକ ମଧ୍ୟ ଅନୁବାଦକୁ ସାହିତ୍ୟିକ ସମ୍ମାନ ଦେବାକୁ ପଶ୍ଚାତପଦ ହୋଇଥାନ୍ତି; କିନ୍ତୁ ସଫଳ ଅନୁବାଦ ମୌଳିକ ସୃଷ୍ଟିଠାରୁ କୌଣସି ଦିଗରୁ ନ୍ୟୁନ ନୁହେ l ମୌଳିକ ସୃଷ୍ଟି ଲାଗି ଯେପରି ଜ୍ଞାନ ଗରିମା ଦରକାର ସାର୍ଥକ ଅନୁବାଦ ଲାଗି ଅନୁରୂପ  ଶକ୍ତି ମଧ୍ୟ ପ୍ରଯୋଜନ l ଯେହେତୁ ଏହା ଏକ ସୃଷ୍ଟି ଏଥିପାଇଁ ଲୋଧା ଅଭିଜ୍ଞ ସ୍ରଷ୍ଟା l ମୂଳ ଲେଖାର ଭାବ ଓ ଭାଷାଗତ ସଂହତି ରକ୍ଷା କରିବା କେବଳ ଶିକ୍ଷିତ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେ l ଏଥିପାଇଁ ଆବଶ୍ୟକ ପାଣ୍ଡିତ୍ୟ,  ଅଧ୍ୟବସାୟ ଓ ଭାଷାଗତ ଅଭିଜ୍ଞତା l ସମ୍ବାଦପତ୍ର ପ୍ରକାଶନ ସଂସାରର ଅନୁବାଦକ ଓ କୌଣସି ମୌଳିକ ଲେଖାର ଅନୁବାଦକକ୍ଙ୍କ ଭୂମିକା ଯଥେଷ୍ଟ ଭିନ୍ନ l 
ସମ୍ବାଦପତ୍ରରେ ଅନୁବାଦକ କେବଳ ଭାଷା ଓ ବାକ୍ୟଗଠନ ପ୍ରତି ଦୃଷ୍ଟି ଦେଲାବେଳେ ସାହିତ୍ୟ ଅନୁବାଦକ ଭାଷା, ଭାବ, ପରାପର ସଂହତି ଓ ବିଷୟବସ୍ତୁର ଗତିଶୀଳତା ଉପରେ ତୀକ୍ଷ୍ନ ଦୃଷ୍ଟି ଦେଇଥାଏ l ଏହି ପ୍ରକାର ଅନୁବାଦକ ସାହିତ୍ୟିକ ହେବା ଶ୍ରେୟସ୍କର l ଅନୁବାଦ ପାଇଁ ସ୍ୱତନ୍ତ୍ର ଶୈଳି ଓ କୌଶଳର ଅଧିକାରୀ ହେବାକୁ ପଡିଥାଏ l ଗୋଟିଏ ବିଷୟରେ ସମ୍ୟକ ଜ୍ଞାନ ନ ଥିଲେ ଅନୁବାଦକ ତତ ସମ୍ପର୍କୀୟ ସାହିତ୍ୟ ଅନୁବାଦ କରିବାରେ ସଫଳକାମ ହୋଇପାରେ ନାହିଁ l ଉଦାହରଣ ସ୍ୱରୂପ କଳିଦାସଙ୍କର କୌଣସି ଏକ ରଚନାକୁ ଅନୁଵାଦ କଲା ପୂର୍ବରୁ କାଳୀଦାସୀ ଓ ପ୍ରାଚୀନ ସଂସ୍କୃତ ସାହିତ୍ୟର ପ୍ରକୃତ ରୂପରେଖ ତାଙ୍କୁ ଜାଣିବାକୁ ପଡିବ l ନଚେତ ମୌଳିକ ରଚନାର ଭାବଗତ ପ୍ରବାହ ରକ୍ଷା କରିବାରେ ସେ ହେବେ ଅକ୍ଷମ l ତେଣୁ ଅନୁବାଦକ ହେବ ପୂର୍ବରୁ ବିଭିନ୍ନ ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଅନୁଶୀଳନ ଦରକାର l

 ଶ୍ରେଷ୍ଠ ସାହିତ୍ୟ ଅନୁବାଦକ କେଉଁ ବିଷୟ ଉପରେ ଦୃଷ୍ଟି ଦେଇଥାନ୍ତି ?

1
ଭାଷାର ପ୍ରଚାର 
2
ଭାଷାର ଶୁଦ୍ଧତା 
3
ଭାଷା, ଭାବ, ପରାପର ସଂହତି ଓ ବିଷୟବସ୍ତୁର ଗତିଶୀଳତା 
4
ସାହିତ୍ୟର ବିଭିନ୍ନ ବିଭାଗ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation