Comprehension Passage

ପ୍ରଦତ୍ତ ଅନୁଚ୍ଛେଦଟିକୁ ପଢ଼ି ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ ।

କୀଟପତଙ୍ଗ, ପଶୁପକ୍ଷୀ, ମଣିଷଙ୍କ ବାସଭୂମି ଆମର ଏ ପୃଥିବୀ। ସମସ୍ତେ ଚାହାନ୍ତି ସୁଖରେ ରହିବେ, ଆନନ୍ଦରେ କାଳ କାଟିବେ। ଦୁଃଖରେ ରହିବା ପାଇଁ, ଅସୁବିଧା ଭୋଗିବା ପାଇଁ କେହି ଚାହାନ୍ତି ନାହିଁ। ସମସ୍ତେ ସିନା ସୁଖ ଖୋଜନ୍ତି, କିନ୍ତୁ ସୁଖ ପାଇବାର ବାଟଟି ସମସ୍ତଙ୍କୁ ଜଣାନଥାଏ । ଯେତେ ଯାହା ପାଇଲେ ବି ମନ ଭିତରେ ଶାନ୍ତି ନଥୁଲେ ଆମକୁ ସୁଖ ମିଳେନା । ତେଣୁ ସୁଖ ପାଇବାକୁ ହେଲେ ସର୍ବପ୍ରଥମେ ଆମ ମନଟିକୁ ଶାନ୍ତ ରଖୁବାକୁ ପଡ଼ିବ।

ମନର ଶାନ୍ତି ପାଇଁ ଆମେ ଅନ୍ୟମାନଙ୍କୁ ଭଲ ପାଇ ଶିଖ୍। ଆମେ ଅନ୍ୟମାନଙ୍କୁ ଭଲ ପାଇଲେ, ସେମାନେ ମଧ୍ୟ ଆମକୁ ଭଲ ପାଇବେ। ଅନ୍ୟପକ୍ଷରେ, ଆମେ ଯଦି ଅନ୍ୟମାନଙ୍କୁ ଘୃଣା କରିବା, ସମସ୍ତଙ୍କ ଉପରକୁ ନାକ ଟେକିବା, ତା' ହେଲେ ଆମକୁ କାହିଁକି କିଏ ଭଲ ପାଇବ? ଆମେ ଯଦି କାହା ସମ୍ପର୍କରେ ମନ ଭିତରେ ଖରାପ ଚିନ୍ତା ପୋଷଣ କରିବା, ତେବେ ସେ ମଧ୍ୟ ଆମ ପ୍ରତି ଖରାପ ଭାବନା ପୋଷଣ କରିବ । ଅନ୍ୟମାନଙ୍କ ସମ୍ପର୍କରେ ଆମ ମନର ଖରାପ ଭାବନା ଆମପ୍ରତି ସେମାନଙ୍କ ମନରେ ବିରକ୍ତି ଓ ଘୃଣା ଭାବ ସୃଷ୍ଟି କରିବ। ସେଇଥ୍‌ପାଇଁ ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖୁବା, ଅନ୍ୟମାନଙ୍କ ହିତକାମନା କରିବା, ମନ ଭିତରେ ଭଲ ଭାବନା ରଖିଲେ ଆମ ପାଇଁ ଏ ଦୁନିଆ ହୋଇଉଠିବ ସୁନ୍ଦର ଓ ଆକର୍ଷଣୀୟ । ସମସ୍ତେ ଆମକୁ ଆପଣାର ଜଣାପଢେ ।

ମଣିଷ ଶାନ୍ତିରେ ରହିପାରେ ନାହିଁ କାହିଁକି?

1
ମଣିଷ ସବୁବେଳେ ଶାନ୍ତି ଖୋଜେ
2
ଶାନ୍ତି ପାଇବାର ବାଟ ଜାଣେନାହିଁ
3
ଶାନ୍ତି ସମସ୍ତଙ୍କୁ ମିଳେନାହିଁ
4
ଉପରୋକ୍ତ ସମସ୍ତ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation