Comprehension Passage
ଭୀମଭୋଇ ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟକର ପ୍ରତିଭା । ଆନୁମାନିକ ୧୮୫୦ ଖ୍ରୀଷ୍ଟାବ୍ଦରେ ସେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ନିକଟବର୍ତ୍ତୀ ଜଟାସିଙ୍ଗା ଗ୍ରାମରେ ଜନ୍ମଲାଭ କରିଥିଲେ । ଦାରିଦ୍ର୍ୟ ଥିଲା ତାଙ୍କ ଆଦ୍ୟ ଜୀବନ ସହଚର । ଗବେଷକମାନଙ୍କ ମତରେ ଖାଦ୍ୟାଭାବ ଓ ରୋଗ ଯୋଗୁଁ ସେ ଆପଣାର ଦୁର୍ମୂଲ୍ୟ ଦୃଷ୍ଟିଶକ୍ତି ହରାଇ ବସିଥିଲେ । ବାଲ୍ୟକାଳରୁ ସେ ପିତାଙ୍କୁ ହରାଇଥିଲେ । ମାତା ତାଙ୍କୁ ଛାଡ଼ିଦେଇ ଅନ୍ୟତ୍ର ଚାଲିଗଲେ । ଫଳତଃ ବାଲ୍ୟକାଳରୁ ସେ ଅରକ୍ଷିତ ହୋଇ ଅନ୍ୟ ଘରେ ଗୋରୁ ଜଗି ଜୀବନ ନିର୍ବାହ କରୁଥିଲେ । ସମସ୍ତ ପ୍ରତିକୂଳତା ମଧ୍ୟରେ ତାଙ୍କଠାରେ ଦିବ୍ୟ ପ୍ରତିଭାର ସ୍ଫୁରଣ ଘଟିଥିଲା । କେତେକଙ୍କ ମତରେ ମହିମା ଧର୍ମର ପ୍ରଚାରକ ମହିମା ସ୍ୱାମୀ ଏବଂ ଗୋବିନ୍ଦ ବାବା ତାଙ୍କୁ ଏହି ଦିବ୍ୟ ପ୍ରତିଭାର ସ୍ଫୁରଣରେ ସହାୟତା କରିଥିଲେ । ମହିମା ସ୍ୱାମୀଙ୍କ କର ସ୍ପର୍ଶରେ ସେ ଚକ୍ଷୁଲାଭ କରିଥିଲେ ସତ, କିନ୍ତୁ ଯେଉଁ ଚକ୍ଷୁରେ ସେ ସ୍ୱାମୀଙ୍କ ଦିବ୍ୟରୂପ ଦର୍ଶନ କଲେ ସେଇ ଚକ୍ଷୁରେ ସେ ଆଉ ଏଇ ପାପ ପଙ୍କିଳ ଧରାକୁ ଦେଖିବେ ନାହିଁ ବୋଲି କହିଲେ । ଫଳରେ ବାହାରକୁ ଅନ୍ଧ ବୋଲି ପ୍ରତିପନ୍ନ ହେଉଥିଲେ ବି ତାଙ୍କର ଅନ୍ତଃଚକ୍ଷୁ ଉନ୍ମୀଳିତ ହୋଇ ରହିଥିଲା । ମହିମା ସ୍ୱାମୀଙ୍କ ପ୍ରେରଣାରେ ସେ ମହିମା ଧର୍ମକୁ ପ୍ରଚାର କରିବା ପାଇଁ ରଚନା କରିଥିଲେ ରାଶି ରାଶି ଗୀତା, ସଂହିତା, ଭଜନ, ଜଣାଣ, ଚଉପଦୀ ଓ ଚଉତିଶା |

ଭୀମଭୋଇ କେଉଁ ସାହିତ୍ୟର ଜଣେ ବିସ୍ମୟକର ପ୍ରତିଭା?

1
ଓଡ଼ିଆ ସାହିତ୍ୟ
2
ବଙ୍ଗଳା ସାହିତ୍ୟ
3
ହିନ୍ଦୀ ସାହିତ୍ୟ
4
ଅସମୀୟା ସାହିତ୍ୟ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation