Comprehension Passage
ଫକୀର ମୋହନ ଓଡ଼ିଆ ଜାତିର ପରମ ନମସ୍ୟ । ଅଷ୍ଟାଦଶ ଓ ଉନବିଂଶ ଏହି ଦୁଇ ଶତକର ଓଡ଼ିଆ ସମାଜ, ତା'ର ଅବହେଳିତ ଶୋଷିତ ସାଧାରଣ ଲେ।କ ଜୀବନର, ତା'ର ଆଶା ଆକାଂକ୍ଷା, ଅଭାବ ଦୈନ୍ୟ, ବ୍ୟର୍ଥତା ଓ ନୈରାଶ୍ୟର ସେ ଜଣେ ଅନ୍ତରଙ୍ଗ ରୂପକାର । ପୁଣି ସେ ରୂପ ପ୍ରକାଶ ପାଇଛି ଯେଉଁ ଭାଷାରେ, ତାହା ଖାଣ୍ଟି ଓଡ଼ିଆ ଲୋକ ଜୀବନର ଭାଷା, ଓଡ଼ିଆ ଘରର ଅତି ପରିଚିତ ତୁଣ୍ଡର ଭାଷା। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଫକୀର ମୋହନଙ୍କର ଜୀବନ ଥିଲା ଝଡ଼ଝଞ୍ଜା ପୂର୍ଣ୍ଣ। ପ୍ରତିକୂଳ ପରିସ୍ଥିତିରେ ଏକାଧିକବାର ଜୀବନ ସଙ୍କଟରୁ ଅପ୍ରତ୍ୟାଶିତ ଭାବରେ ରକ୍ଷା ପାଇ, ଆତ୍ମୀୟ ଓ ଇତରଙ୍କଠାରୁ ବହୁବାର ତାଚ୍ଛଲ୍ୟ, ଅବହେଳା, ଈର୍ଷା ଓ ବିଶ୍ଵାସଘାତକତାର ଧକ୍କା ଖାଇ ସେ ମଣିଷ ଚରିତ୍ର ଓ ତା'ର ସମାଜ ସମ୍ପର୍କରେ ଚିତ୍ତରେ ସଞ୍ଚିତ କରିଥିଲେ ବହୁ ତିକ୍ତ -ମଧୁର ଅନୁଭୂତି । ସେ ଅନୁଭୂତିର ତୀବ୍ର ଆଲୋଡ଼ନ ଫଳରେ ସେ ଜଗତକୁ ଏକ ଅନାସକ୍ତ ଦୃଷ୍ଟିରେ ଦେଖିବାରେ ଅଭ୍ୟସ୍ତ ହୋଇଯାଇଥିଲେ । ସେ ସାଧାରଣ ସଂସାରୀ ଲୋକର ଛଳନା, ମିଥ୍ୟା ଦମ୍ଭ ଓ ଅହମିକା ପ୍ରତି କଟାକ୍ଷପାତ କରି ହାସ୍ୟ, ଵ୍ୟଙ୍ଗ ଓ ବିଦ୍ରୁପର ସ୍ରୋତ ଛୁଟାଇଛନ୍ତି । ନିଜେ ଜୀବନରେ ଅଜସ୍ର ଯନ୍ତ୍ରଣା ସହିଥିବାରୁ ସମାଜର ଶୋଷିତ, ଲାଞ୍ଛିତ ଓ ଅବହେଳିତଙ୍କ ପ୍ରତି ତାଙ୍କ ଅନ୍ତରର ଦରଦ ଓ ସହାନୁଭୂତି ଥିଲା ଅସୀମ । ସାହିତ୍ୟ, ଜୀବନ ଓ ସମାଜ ଓତପ୍ରୋତ ଭାବରେ ଜଡ଼ିତ । ମଣିଷର ଆଶା, ଆକାଂକ୍ଷା, ସମାଜର ଦ୍ୱନ୍ଦ୍ୱ ବିକ୍ଷୁବ୍ଧ ପ୍ରାଣ ସ୍ପନ୍ଦନକୁ ବାଦ ଦେଇ ସାହିତ୍ୟ କେଵେ ପ୍ରାଣବନ୍ତ ଓ ସମୃଦ୍ଧ ହୋଇନପାରେ । ଲେଖକର ସମାହିତ ଦୃଷ୍ଟିବ୍ୟାଧି ପୀଡ଼ିତ ସମାଜର ସୁସ୍ଥତା ଓ ତା'ର ରୂପାନ୍ତର ଚାହିଁବା ସ୍ଵାଭାବିକ। ସେଥିପାଇଁ ଫକୀର ମୋହନ ଶୋଷିତ ଓ ଅବହେଳିତଙ୍କ ପାଇଁ ଚାହିଁଛନ୍ତି ସାମାଜିକ ନ୍ୟାୟ । ଉଚ୍ଚ ହେଉ, ନୀଚ ହେଉ, ଧନୀ ହେଉ, ଗରିବ ହେଇ - ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଅସୀମ ।

​ଫକୀର ମୋହନ ଓଡ଼ିଆ ଜାତିର ନମସ୍ୟ କାହିଁକି ?

1
ସେ ପ୍ରସିଦ୍ଧ ଛ' ମାଣ ଆଠଗୁଣ୍ଠ ଉପନ୍ୟାସର ଲେଖକ ।
2
ଓଡ଼ିଆ ଭାଷାରେ ଲୋକ ଜୀବନର ସେ ପ୍ରଥମ ସଫଳ ରୂପକାର । 
3
ବିଗତ ଦୁଇ ଶତାଦ୍ଦୀର ଚିତ୍ର ସେ ତାଙ୍କ ଲେଖାରେ ଦେଇଛନ୍ତି ।
4
ସେ ଦେଶ ବିଦେଶର ସାହିତ୍ୟିକଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation