Comprehension Passage
ମନୁଷ୍ୟର ଏକ ଦୋଷ ହେଲା ସେ ଆତ୍ମଦୋଷ ଓ ଆତ୍ମଦୁର୍ବଳତା ବୁଝିପାରି ନାହିଁ ! ପର ଦୋଷ ଓ ପର ଦୁର୍ବଳତା ଦେଖିବାରେ ସେ ଅତ୍ୟନ୍ତ ତତ୍ପର | ଗ୍ରୀକ ଈଶପଙ୍କ ଗୋଟିଏ ଗଳ୍ପ ହେଲା- ପ୍ରତ୍ୟକ ମନୁଷ୍ୟ ନିଜ କାନ୍ଧରେ ଆଗପଛ କରି ଦୁଇଟି ଭାର ବହନ କରନ୍ତି | ଆଗ ଭାରଟି ପରା ଦୋଷରେ ଓ ପଛ ଭାରଟି ଆତ୍ମଦୋଷର ଭର୍ତ୍ତି ହୋଇଥାଏ | ପଛ ଭାରଟି ଚକ୍ଷୁ ର ଅନ୍ତରାଳରେ ରହିଥିବାରୁ ସେ ଆତ୍ମଦୋଷ ଦେଖିପାରେ ନାହିଁ ; କିନ୍ତୁ ଆଗ ଭାରଟି ସବୁବେଳେ ଆଖି ଆଗରେ ରହୁଥିବାରୁ ସେ କେବଳ ପର ଦୋଷ ଦେଖିବାକୁ ପାଏ | ଆମ୍ଭମାନଙ୍କ ଦୈନନ୍ଦିନ ଜୀବନର ଜୀବନର ଘଟଣା ଘଟଣା ଏ ରୂପେ ରୂପେ ଅତ୍ୟନ୍ତ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରକଟିତ ହୋଇଛି | କାରଣ ଏହା ସମସ୍ତଙ୍କର ଅନୁଭୂତି ଯେ ସାଧାରଣତଃ ଲୋକେ ବିଚାରନ୍ତି, ସେମାନଙ୍କର ନିଜର କିଛି ଅପରାଧ ନାହିଁ , ଜଗତରେ ଯେତେ ଅନ୍ୟାୟ ଅନ୍ୟମାନେ କରୁଛନ୍ତି | ନିଜ ଦୋଷ ଦୁର୍ବଳତାକୁ ନ ଭୁଲି ଅନ୍ୟର ଅପରାଧକୁ ଦୟାଳୁ ଭାବେ ବିଚାର କରିବା ସୀମିଚିନ କଥା | ଅପରାଧ ବିଚାର କଲାବେଳେ କରୁଣା ପ୍ରଦର୍ଶନ କଲେ ସେଥିରେ ମନୁଷ୍ୟର ଦେବତ୍ୱ ବିକଶିତ ହୁଏ ବୋଲି ସେକ୍ ସ୍‌ପିୟର ତାଙ୍କର ଏକ ନାଟକରେ ସୁନ୍ଦର ଭାବେ କହିଛନ୍ତି ଅନେକ କ୍ଷେତ୍ର ରେ ଅନ୍ୟାୟ ଓ ଅପରାଧ ଅପରାଧିର ଚିତ୍ତବୃତ୍ତି ଅପେକ୍ଷା ପରପାର୍ଶ୍ଵିକ ଘଟଣା ଉପରେ ଅଧିକ ନିର୍ଭର କରେ |

ସାଧାରଣ ଲୋକେ ଅପରାଧ ବିଷୟରେ କ'ଣ ବିଚାରନ୍ତି ?

1
ଜଗତରେ କୌଣସି ଅନ୍ୟାୟ ବିନାକାରଣରେ ଘଟିଥାଏ
2
ଜଗତରେ ଘଟୁଥିବା ଅପରାଧ ଭାବପ୍ରବଣତାରୁ ଉଦ୍ରେକ ହୋଇଥାଏ
3
ଜଗତରେ ସଂଘଟିତ ସମସ୍ତ ଅପରାଧ ଓ ଅନ୍ୟାୟ ଅନ୍ୟମାନେ କରୁଛନ୍ତି ଓ ନିଜର କିଛି ଦୋଷ ନାହିଁ 
4
ମନୁଷ୍ୟ ନିଜ ସ୍ୱାର୍ଥପାଇଁ ଅପରାଧ ଘଟାଇଥାଏ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation