ନାଟ୍ୟ ସାହିତ୍ୟକୁ ବହୁ ଭାଗରେ ବିଭକ୍ତ କରାଯାଇଛି । ଯଥା - ମେଲୋଡ୍ରାମା, ପ୍ରହସନ, ଲୋକନାଟ୍ୟ, ନୃତ୍ୟନାଟ୍ୟ , ଚରିତ ନାଟକ, ବକ୍ତବ୍ୟ ପ୍ରଧାନ ନାଟକ, ବାସ୍ତବଧର୍ମୀ ନାଟକ, ପ୍ରତୀକଧର୍ମୀ ନାଟକ, ଉଦ୍ଭଟ ନାଟକ ଇତ୍ୟାଦି । ଆଦି ନାଟକ ବା ଆବେଗପ୍ରଧାନ ନାଟକକୁ ମେଲୋଡ୍ରାମା କୁହାଯାଏ । ଦୈନନ୍ଦିନ ଜୀବନରେ କେହି ଯଦି ହାସ୍ୟରସାତ୍ମକ କିଛି କାର୍ଯ୍ୟକଳାପ କରୁଛି ତାକୁ ଫାର୍ଶ ବା ପ୍ରହସନ କୁହାଯାଏ । କୌଣସି ବଳିଷ୍ଠ ବ୍ୟକ୍ତିଙ୍କ ଜୀବନକୁ ଆଧାର କରି ରଚିତ ହୋଇଥିବା ନାଟକକୁ ଚରିତ ନାଟକ କୁହାଯାଏ ।ବକ୍ତବ୍ୟପ୍ରଧାନ ନାଟକରେ ନାଟ୍ୟକାର ନିଜର ବକ୍ତବ୍ୟ ଓ ଚିନ୍ତାଧାରାକୁ ପ୍ରକାଶ କରିବାର ସୁଯୋଗ ପାଆନ୍ତି । ଯେଉଁ ନାଟକରେ ନାଟ୍ୟକାର ନିଜ ମନର ଭାବକୁ ପ୍ରକାଶ କରିବା ପାଇଁ ପ୍ରତୀକର ବ୍ୟବହାର କରିଥାନ୍ତି ତାକୁ ପ୍ରତୀକଧର୍ମୀ ନାଟକ କୁହାଯାଏ । ଉଦ୍ଦ୍ଭଟ ନାଟକ ବୌଦ୍ଧିକ ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ । ଏପରି ନାଟକର ମୁଖ୍ୟ ଲକ୍ଷ୍ୟ ହେଲା ଆଧୁନିକ ମଣିଷର ମାନସିକତାକୁ ପ୍ରକାଶ କରିବା ।
ମେଲୋଡ୍ରାମା କାହାକୁ କୁହାଯାଏ ?
1
ବ୍ୟଙ୍ଗ ନାଟକ
2
ଉପଦେଶାତ୍ମକ ନାଟକ
3
ଆବେଗପ୍ରଧାନ ନାଟକ
4
ମନୋରଞ୍ଜନାତ୍ମକ ନାଟକ