Comprehension Passage
ନିମ୍ନ ପ୍ରଦତ୍ତ କବିତାଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 36 ରୁ ନଂ40) ଗୁଡିକର ଉତ୍ତର ଲେଖ:
ମେରୁରୁ ମେରୁକୁ ବ୍ୟାପି ତୁମ୍ବଲାଗି କାନ୍ଦଇ ଧରଣୀ,
ହେ ଧରାର ବରପୁତ୍ର, ସତ୍ୟେ ତାକୁ କଲ ବସୁମତୀ
ବହୁଯୁଗ ପରେ ତୁମ୍ଭେ l ନେଲ ବରି କୄଚ୍ଚର ସରଣୀ,
ହିଂସା-ମିଥ୍ୟା-ଝଡ ମଧ୍ୟେ ଜ଼ାଳିବାକୁ ବିଶ୍ୱେ ଧର୍ମ-ବତି
ଜ଼ନ୍ମତ୍ତ ମାନବ ଜାତି ଚିତ୍କାରଇ 'ଦାବି', 'ଅଧିକାର',
ପଦ ଅଧିକାର ପାଇଁ ଅପକର୍ମେ ମତ୍ତ ନେତୃ-ଦଳ,
'କର୍ତବ୍ୟ' ର କଥା କେହି ମୁଖେ ନାହିଁ କରାଇ ଉଜାର,
ମିଥ୍ୟା, ଘୃଣା, ମିଥ୍ୟା ଦମ୍ଭେ ସଡୁଛନ୍ତି କୋଟି କୋଟି ନର l
କେବଳ ସେବାର ଦାବି ମାଗି ଏହି ପାଗଳ ଜଗତେ,
ମାନବର ଶୁଭ ପାଇଁ ଗଲ କର୍ମ କରି ନିରାଶକ୍ତ,
ଦୀନହୀନ ନିର୍ଯ୍ୟାତୀତେ ଦେଇ ଆଶା ଆପଣା ମହତ୍ୱେ
ନିରସ୍ତ୍ରରେ ଶିଖାଇଲେ ତପୋମୟ ସଂଗ୍ରାମ ନି-ରକ୍ତ l
ମାନବର କୁଶଦୀପ ନିର୍ବାପିତ ତୁମର ମରନେ,
ସେହି ସେ ନୈରାଶ୍ୟ ପୁଟେ ଧରଣୀର ବ୍ୟାକୁଲ ରୋଦନେ l
ନିର୍ଯ୍ୟାତିତ ଜନତା କୁ ସେ କଣ ଶିଖାଇଥିଲେ ?
1
ଅସ୍ତ୍ରରେ ସଂଗ୍ରାମ
2
ନିରସ୍ତ୍ର ସଂଗ୍ରାମ
3
ମୃତ୍ୟୁହିନ ସଂଗ୍ରାମ
4
ଦାରିଦ୍ର୍ୟ ସହିତ ସଂଗ୍ରାମ