Comprehension Passage

ନିମ୍ନ ପ୍ରଦତ୍ତ କବିତାଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 46 ରୁ ନଂ 50) ଗୁଡିକର ଉତ୍ତର ଲେଖ:


ବାଜଇ ସମର ବାଦ୍ୟ           ଅସୀମ ଆକାଶ ଚିରି 
ବାଜିଉଠେ କେବେ ତବ        ଏ ଜାତି ଗୌରବ ଶିରୀ  
ଚାଲ ସେନାପତି ଚାଲ         ଚାହିଁଛନ୍ତି ସୈନ୍ୟଦଳ 
ଧର ଏ ପତାକା କରେ         ଏଇ ରୁଣ ଅଃଶ୍ୱେ ଚଢ଼ 

ଚାଲ ଏକ ଦୁର୍ଗପଥେ           ଚାଲହେ ଜାତିର ବୀର 
ହିମାଦ୍ରୀ ପରେ କରି            ସମୁନ୍ନତ ନିଜ ଶିର 
କଟୀତାଟେ ଖଣ୍ଡ ଝୁଲୁ         ପୃଷ୍ଠେ ଶୋହୁ ଶରମୁଣା   
ବୁକୁରେ ଆନନ୍ଦ ଜଳୁ           ଢାଳି ନବ ଉନ୍ମାଦନା 

ଜାତି ପାଇଁ ଛାତି ଯେହୁ        ଅକୁଣ୍ଠିତେ ପାରେ ପାତି 
ତାକୁ ଏକା ସମାଦର           କରେ ୟେ ଧରିତ୍ରୀ ମାଟି 
ବୋଲ ଗଜପତି ଜୟ !        ଉତ୍କଳ ଜନନୀ ଜୟ !
ଚାଲ ସେନାପତି ଚାଲ         ଦେଇ ଦେଇ ବରାଭୟ 

ଦିଅ ନାରୀ ହୁଳହୁଳି           ଚାଲେ ବୃଦ୍ଧ ସେନାପତି 
ଜାତିର ପତାକା ତଳେ        ଦେଶ ଜନନୀର କ୍ଷତି 
ପାରୋନା ପାରୋନା ସହି,   ଚାଲେ ଦୃପ୍ତ ସିଂହ ଭଳି 
ସବୁରି ପରଣତଳେ            ବିଜୟର ଆଶାଭରି 

ଆସଇ ସୋହାଗଭର         ବଜାଇ ସଂଗ୍ରାମ ଭେରୀ 
ଚାଲନ୍ତି ପାଇକଦଳ           ଖଣ୍ଡାକରେ ଖେଳି ଖେଳି 
ଅଶୀତି ବର୍ଷୀୟ ବୃଦ୍ଧ         ଚାଲେ ଆଜି ରଣାଙ୍ଗନେ 
ଜାତିର କ୍ରନ୍ଦନ ବାଣୀ         ସାହିପାରିଲାଣି କ୍ଷଣେ 

ନାରୀମାନେ ହୁଳହୁଳି ଦେବାକଥା କବିତାରେ କୁହାଯାଇଛି l
ନିମ୍ନ ମନ୍ତବ୍ୟ ମାନଙ୍କ ମଧ୍ୟରୁ କେଉଁଟି ସର୍ବାଧିକ ଗ୍ରହଣ ଯୋଗ୍ୟ ?

1
ଦୁର୍ଗମ ପଥରେ ପାଇକମାନେ ଯାଉଥିବାରୁ 
2
ଯୁଦ୍ଧରେ ସେନାପତିଙ୍କ ବିଜୟ ପାଇଁ 
3
ସୈନ୍ୟ ମାନଙ୍କୁ ଉତ୍ସାହ ଦେବାକୁ 
4
ଗଜପତିଙ୍କ ଆଗମନ ହେତୁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation