Comprehension Passage
ଭାବପ୍ରବଣତା ଅନେକଙ୍କର ଥାଏ, କିନ୍ତୁ ଆମ ପ୍ରକାଶର ସ୍ତରକୁ ନ ଉଠିବା ଯାକେ କବିତ୍ୱର ସ୍ଫୁରଣ ହୁଏନାହିଁ । କବି ଭାଷା ଓ ଛନ୍ଦର ପରଖ ଦେଇ ଯେତେବେଳେ ତାର ଅନ୍ତଃସ୍ଥ ଭାବାବଳୀକୁ ରୂପାୟିତ କରେ, ସେହି ରାସାୟନିକ ସମିଶ୍ରଣରୁ ଉଦ୍ଭବ ହୁଏ ଏକ ଅଭିନବ ବସ୍ତୁ, ଯାହାକୁ କହନ୍ତି ରସ । ଏହି ରସରେ ଥାଏ ମାଧୁର୍ଯ୍ୟ ସଙ୍ଗରେ ମାଦକତା; ଏହାର ଆସ୍ଵାଦନରେ ରହିଥାଏ ଆନନ୍ଦ, ଆରାମ ଆଉ ତୃପ୍ତି । ରୂପ ସୃଷ୍ଟିରେ ସ୍ରଷ୍ଟାର ଅପାର ଆନନ୍ଦ । ସ୍ଵୟଂ ଭଗବାନ ତାଙ୍କ ସୃଷ୍ଟିର ବିଚିତ୍ରତା ମଧ୍ୟରେ ନିଜକୁ ପ୍ରକାଶ କରି ସୁଖ ପାଆନ୍ତି । ସେଥି ପାଇଁ ସେ ରସରାଜ, ଲୀଳାମୟ, ଚିଦାନନ୍ଦ ବିଗ୍ରହ । କବି ଯେତେବେଳେ ବିଭାଜିତ ହୋଇଉଠେ, ତାର କ୍ଷୁଦ୍ରତା, ତାର ବ୍ୟକ୍ତିତ୍ଵ ତାର ମାନବତ୍ଵ ସବୁ ଯାଏ ଭାବ ସମୁଦ୍ରରେ ଉଭେଇ, କ୍ଷଣକ ପାଇଁ ହେଲେ ଆସିଯାଏ ତାର ଦେବତ୍ଵ ସେତିକିବେଳେ ସେ ଦ୍ରଷ୍ଟା(seer), ସେ ସ୍ରଷ୍ଟା(creator), ସେ କବି । ସେହି ବେଳଟା ଗଡ଼ିଗଲେ ସେ ତାର ସ୍ଵସ୍ଥାନକୁ ଲେଉଟି ଆସି ପୁଣି ହୋଇଯାଏ ଜଗତର ଜୀବ ଦୁନିଆର ମଣିଷ ।

କାହାର ସୃଷ୍ଟିରେ ସ୍ରଷ୍ଟାର ଅପାର ଆନନ୍ଦ ଥାଏ?

1
ଗୁଣର
2
ବିବେକର
3
ମନର
4
ରୂପର

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation