Comprehension Passage
ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ | ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି ! ଇଂରେଜ ଶାସନ ପ୍ରବତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା । ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ । ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ । ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ | ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି । ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ । ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ। ସେ ଯାହା ହେଉନା କାହିଁକି, ଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବ ।
ଆମ ଦେଶର ଛାତ୍ରମାନେ ମାତୃଭାଷାକୁ କାହିଁକି ଅବହେଳା କଲେ ?
1
ମାତୃଭାଷା ପ୍ରତି ଅହେତୁକ ଘୃଣା ହେତୁ
2
ମାତୃଭାଷା ବୁଝିବା କଷ୍ଟକର ହୋଇପଡ଼ିବାରୁ
3
ସ୍କୁଲ କଲେଜ ରେ ଇଂରେଜୀ ଭାଷାର ପ୍ରଚଳନ ହେତୁ
4
ମାତୃଭାଷାରେ ଯଥେଷ୍ଟ ସଂଖ୍ୟାରେ ପୁସ୍ତକର ଅଭାବ ହେତୁ