Comprehension Passage
ଆମେ ଆବହନମାନ କାଳରୁ ରାଜତନ୍ତ୍ରକୁ ଉତ୍ତରାଧିକାର ସୁତ୍ରରେ ହାସଲ କଲେ । ରାଜା, ଅମଲା ବା ଶକ୍ତିଶାଳୀ ବା କ୍ଷମତାଶାଳୀଙ୍କୁ ଦେଖିଲେ ଆମ ଛାତିରେ ଛନକା ପଶେ | ଅଜାଣତରେ ଆମ ମୁଣ୍ଡ ନଇଁଯାଏ ଭୟରେ ଓ ଭକ୍ତିମିଶା ସଂଭ୍ରମତାରେ । ଆମ୍ବେଦକର ଥରେ କହିଥିଲେ, “ଭାରତରେ ଗଣତନ୍ତ୍ର ଏକ ସ୍ଵର୍ଣ୍ଣ ଆଭୂଷଣ ଭଳି, କିନ୍ତୁ ଅସଲରେ ଦେଶଟା ସମ୍ପୁର୍ଣ୍ଣ ଅଗଣତାନ୍ତ୍ରିକ ଓ ସାମନ୍ତବାଦୀ” | ସ୍ବାଧୀନତାର ୭୩ ବର୍ଷ ବିତିଗଲା କେବଳ ପକୃତ ଗଣତନ୍ତ୍ରର ତଲାସ୍‌ରେ । କେବଳ ଭୋଟ ଖଣ୍ଡେ ଦେବାର ଅଧିକାର ବ୍ୟତୀତ ଆଉ କିଭଳି ଗଣତନ୍ତ୍ର ଏଠାରେ ଉପଲବ୍ଧ ହେଉଛି, ତାହା ସମସ୍ତଙ୍କୁ ଜଣା | ଭାରତ ବିନା ଗଣତନ୍ତ୍ରର ଅବା ସ୍ଵାଧୀନତାର କୌଣସି ଅର୍ଥ ନାହିଁ। କିନ୍ତୁ ସ୍ଵାଧୀନତା ପାଇଁ ଭାରତକୁ ବଳି ଦେଇ ହେବ ନାହିଁ ବୋଲି ଜଣେ ବିଚାରପତି ଅଳ୍ପ କିଛିମାସ ତଳେ କହିଥଲେ। ସେ ପୁଣି କହିଥିଲେ, ଦେଶରେ ଏବେ ଅଘୋଷିତ ଜରୁରୀକାଳୀନ ସ୍ଥିତିଭଳି ସ୍ଥିତି ଅଛି। ଏହା ୧୯୭୫ ମସିହାର ଜରୁରୀକାଳୀନ ସ୍ଥିତିଠାରୁ ଅତି ଗମ୍ଭୀର । ବାକ୍‌ ସ୍ଵାଧୀନତା ଉପରେ ଲଗାମ୍‌ ରହିଛି । ସମ୍ବିଧାନର ଧାରା ୧୯ ଓ ୨୧ର ଖୋଲା ଉଲଘଂନ ହେଉଛି | ଏଭଳି ସ୍ଥିତି କାହିଁକି ସୃଷ୍ଟି ହେଲା ?  ଯଦି ଅମଲାତନ୍ତ୍ର ନିରପେଷ ଥାନ୍ତା, ସମ୍ବିଧାନକୁ ଜଗିଥାନ୍ତା, ବୋଧହୁଏ ଆଜି ଏ ସ୍ଥିତି ଆସି ନଥାନ୍ତା | କିନ୍ତୁ ଭାରତୀୟ ଅମଲା ସେବକ ହେବା ପରିବର୍ତ୍ତେ ନିଜେ ଶାସକ ବନିଗଲେ | ଶାସନ କରିବେ ଅଥବା ଉତ୍ତରଦାୟିତ୍ଵ ରହିବ ନାହି | ଭାରତୀୟ ଜନତାଙ୍କୁ ଶାସିତ ପ୍ରଜା ଓ ନିଜକୁ ଶାସକ ବୋଲି ଗ୍ରହଣ  କରିନେବା ହେଲା ଏମାନଙ୍କ ଚରିତ୍ର । ଏମାନେ ନିରାପଦ ସର୍ବଦା ଏବେ ଅବଶ୍ୟ ବାବୁମାନଙ୍କ ଉପରେ ଅଙ୍ଗୁଶ ଲାଗିବା ଆରମ୍ଭ ହେଲାଣି ସୂଚନା ଅଧିକାର ଆଇନରେ ବୋଟିଂ ବ୍ୟବସ୍ଥାକୁ ଆଇନ୍‌ ପରିସରଭୁକ୍ତ କରିବା, ସମ୍ପତି ବିବରଣୀ ଦାଖଲ କରିବା ଓ ପାରଦର୍ଶିତା ପର ଉତ୍ତରଦାୟୀ ହେବା। ଏଭଳି କିଛି ବ୍ୟବସ୍ଥା ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରୁଛି। ତଥାପି ଏହା ପର୍ଯ୍ୟାପ୍ତ ନୁହେଁ । ଆମ ଦେଶର ବିଶାଳକାୟ ଆକାର ଆମକୁ ଗୋଟିଏ ଉତ୍ତରଦାୟିତ୍ୱ ସମ୍ପର୍ନ୍ନ ସରକାର ପାଇବାରେ ବାଧକ ହୋଇଛି | ଏଠାରେ କେହି ଉରରଦାୟୀ ନୁହନ୍ତି | ସରକାରଟା କିଏ, ଜାଣିବା ଅସମ୍ଭବ | ସରକାରଟା ଅନୁଷ୍ଠାନଟାଏ , ସେ ଶୁଣି ପାରେନା, କହିପାରେନା, ଏହା ଏକ ସମ୍ବେଦନ ଶୂନ୍ୟ ଅନୁଷ୍ଠାନ । ଏଣୁ ଏହି ଅବସ୍ତାରେ ଅମଲା ସର୍ବଶକ୍ତିମାନ ହେବା ସ୍ଵାଭାବିକ । କାରଣ ଫାଇଲ ଚାଷ ତ ଅମଲା କରିବେ | ଆଇନକୁ ମୋଡିମାଡି ବା ସିଧାକରି ଥୋଇବା କାର୍ଯ୍ୟଟି ତାଙ୍କର | ଏଠି ଜନତା ଗୌଣ- ନେତା ଆଗ, ତା' ପରକୁ ଜନତା |

ଭାରତୀୟ ଅମଲାତନ୍ତ୍ର ଜନତାର ସେବକ ହେବ ଉଚିତ୍‌ |

1
ଅମଲାମାନେ ଜନତାଙ୍କର ସେବା କରିବା ଉଚିତ୍‌ |
2
ଅମଲାମାନେ ଜନତାଙ୍କର ଅଭାବ ପୂରଣ କରିବା ଉଚିତ୍‌ |
3
ଅମଲାମାନେ ସ୍ୱଚ୍ଛ ରହିବ ଉଚିତ୍‌ |
4
ଅମଲାମାନେ ସ୍ୱଚ୍ଛ ରହି ଲୋକଙ୍କର ଅଭାବ ବୁଝି ସେବା କରିବା ଉଚିତ୍‌ |

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation