Comprehension Passage
ଓଡ଼ିଶା ଗୋଟିଏ କୃଷିପ୍ରଧାନ ରାଜ୍ୟ | ଏହାର ୭୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ | ୭୦ ପ୍ରତିଶତଙ୍କ ଜୀବିକା ପାଲଟିଥିବା କୃଷି ହେଉଛି ମୋଟ ଆୟର ୧୪ ପ୍ରତିଶତ ମାତ୍ର | କୃଷିର ଉନ୍ନତି ଲାଗି ଯେତିକି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା କଥା ତାହା ହୋଇପାରୁନି । ବିହନ ଯୋଗାଣଠାରୁ ଅମଳ ପର୍ଯ୍ୟନ୍ତ ସବୁଠି ଚାଷୀଙ୍କୁ ସେମାନଙ୍କ ଭାଗ୍ୟ ଓ ଭାଗବାନ୍‌ଙ୍କ ଉପରେ ଛାଡି ଦିଆଯାଉଛି । କେତେବେଳେ ବନ୍ୟା ତ କେତେବେଳେ ମରୁଡିର କରାଜ ପଦଧ୍ଵନି ଚାଷୀଙ୍କ ହଂସା ଉଡାଉଛି। ଯଦି କେବେ ଇନ୍ଦ୍ର ଦେବତା ପ୍ରସନ୍ନ ରହୁଛନ୍ତି ଓ ଭଲ ଫସଲ ମିଳୁଛି ସେତେବେଳେ ଆମ ସରକାରୀ ଦେବଦେବୀଙ୍କ ଉଦାସୀନତା ଚାଷୀଙ୍କ ଲାଗି ବଜ୍ରାଘାତ ପାଲଟୁଛି । ଅମଳ ଫସଲକୁ ବିକିବାରେ ଉପୁଜୁଛି ସମସ୍ୟା | ସରକାରୀ ମଣ୍ଡି ହଜାରେ ପ୍ରତିଶୁତି ସର୍ତ୍ତେ ବି ଖୋଲୁନି; ଅଥଚ ଧାନକଳର ମାଲିକ ଓ ବ୍ୟବସାୟୀଙ୍କୁ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣିବା ଲାଗି ପ୍ରକାରାନ୍ତରେ କେତେକ ମୁଷ୍ଟିମେୟ ସରକାରୀ ଅଧକାରୀ ପରୋକ୍ଷ ସୁଯୋଗ ସୁଷ୍ଟି କରୁଛନ୍ତି | ଅଭାବୀ ଧାନବିକ୍ରି ବଢ଼ିବାରେ ଲାଗିଛି | କରଜ ଶୁଝିବା ଲାଗି ଚାଷୀଟି ଉପଯୁକ୍ତ ମୂଲ୍ୟରେ ଫସଲ ବିକିବା ଲାଗି ଅପେଷା କରିପାରୁନି | ହାଡଭଙ୍ଗା ମେହନତର ମୂଲ୍ୟକୁ ବଜାର ଦରଠାରୁ କମ୍‌ ମୂଲ୍ୟରେ ବିକିବାକୁ ବାଧ୍ୟ  ହେଉଛି ସାହୁକାରର କରଜ ଶୁଝିବା ପାଇଁ |ପ୍ରକୁତିକ ବିପର୍ଯ୍ୟଠୁ ମାନବକୁତ ସରକାରୀ ହତାଦର ବନିପଡୁଛି |ଏହା ସର୍ତ୍ତେ  ମାଟିର ମାଟିର ମୋହକୁ ଛାଡିପାରୁନି ଚାଷୀ | କେବେ ଉଜୁଡା କ୍ଷେତ ଲାଗି ନିଜକୁ ଦୋଷାରୋପ କରୁଛି ତ ଆଉ କେବେ ଅଭାବୀ ବିକ୍ରୀପାଇଁ ବାଧ୍ୟ ହୋଇ ମୁଣ୍ଡ କୋଡ଼ୂଛି ଚାଷୀ | ଏ  ସନ ଧାନ ଫସଲ ଭଲ ହୋଇଛି | ମାତ୍ର ଚଳିତ ବର୍ଷ ଶେଷ ହେବାକୁ  ଯାଉଥିଲେ ବି ରାଜ୍ୟରେ ସରକାରୀ ଧାନମଣ୍ଡି ଖୋଲିବା ସମ୍ଭବ ହୋଇନି | କାଁ ଭାଁ  ମଣ୍ଡି ଖୋଲି ବିଭାଗ ହାତବାନ୍ଧି  ବସିଯାଇଛି ମିଲର୍‌ ଓ  ମୂନାଫାଖୋର ବ୍ୟବସାୟୀଙ୍କ ପରୋକ୍ଷ ଫାଇଦା ପାଇଁ ।

କାଁ ଭାଁ କେଉଁ ଅର୍ଥରେ ବ୍ୟବହାର କରାଯାଇଛି ?

1
କାଉ ସଂଖ୍ୟା ବେଶୀ 
2
ଭାଉ  ଭାରି ଟାଣ
3
କେଉଁଠି କେମିତି 
4
ଯାହା ତାହା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation