Comprehension Passage

ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ନିମ୍ନଲିଖିତ ପ୍ରଶ୍ନ (ନଂ 31 ରୁ ନଂ 35) ଗୁଡିକର ଉତ୍ତର ଦିୟ:

ଆମର ପୂର୍ବପୁରୁଷ ଆମକୁ 'ଵସୁଧୈଵ କୁଟୁମ୍ବକମ୍' ଭଳି ଏକ ଦୃଷ୍ଟି ଦେଇ ଯାଇଛନ୍ତି, ଯାହାର ଗୁଣାତ୍ମକ ମୂଲ୍ୟ ଓ ତାତ୍ପର୍ଯ୍ୟ କଳନା କରି ହେବ ନାହିଁ l ତାର ଉଭା ଯେତେ, ପୋତା ସତେ l ସେମାନେ ଜାଣିଥିଲେ ଯେ ଆର୍ଯ୍ୟ ଅଧ୍ଧୁଷିିତ ଭୂଖଣ୍ଡ ବାହାରେ ଏକ ବିଶାଳ ମାନବ-ଅଧ୍ଧୁଷିିତ ପୃଥିବୀ ବିଦ୍ୟମାନ ଓ ସେହି ପୃଥିବୀ ନିବାସୀଙ୍କୁ ନିଜ କୁଟୁମ୍ବବୋଲି ସେମାନେ ମନେ କରୁଥିଲେ l ଜାତି, ଧର୍ମ, ବର୍ଣ, ଭାଷା ଓ ଚଳଣିର ଆଧାରରେ ବିଭେଦକୁ ସେମାନେ ବୈଚିତ୍ରୟ ମନେକରି କୁଟୁମ୍ବରେ ମିଶେଇଥିଲେ l ସେଥିରେ ସ୍ୱାର୍ଥୟ ନ ଥିଲା, ସ୍ୱେହୃଦୟତାର ଏକ ଭବିଷ୍ୟତ ଦୃଷ୍ଟିଥିଲା l

ଏବେ ଆମେ ଯେଉଁ ଗ୍ଳୋବାଲାଇଜ୍ଡ଼ ସଂସାରରେ ବଶ କରୁଛେ ତାହା ଆମ ପୂର୍ବ-ପୁରୁଷଙ୍କ କୁଟୁମ୍ବ କଳ୍ପନା ଠାରୁ କେତେ ଭିନ୍ନ ?

'ଏକ ବିଶ୍ୱ' ଗ୍ଳୋବାଲାଇଜ଼େସନ ବ୍ୟବସାୟିକ ପରିକଳ୍ପନା l ବିଶ୍ଵକୁଟୁମ୍ବ ଭାରତୀୟ ବିଶ୍ୱଦୃଷ୍ଟିର ଏକ ପରମରଥିକ କଳ୍ପନା l ଗ୍ଳୋବାଲାଇଜ଼େସନ 'ଏକ ବିଶ୍ୱ' ବାସ୍ତବରେ ଋଣଦାତା ଓ ଋଣଗ୍ରହୀତାଙ୍କର ଏକ ଦୁରଭିସନ୍ଧିପୁର୍ଣ ଅଲିଖିତ ରାଜିନାମା ଯହିଁରେ ୠଣୀକୁ ଅଧିକ ଋଣୀ କରିବା ଓ ଫସଲ ପାଚିଲେ ଅମଳ କରିବାର ଅଧିକାର ଋଣଦାତାର ରହିବା l ବିଶ୍ଵକୁଟୁମ୍ବ ଗୋଟିଏ ଉଦାରଭାବ ବା ଉଦାର ପରିକଳ୍ପନା ଯହିଁରେ ମୁଁ, ତୁ ର ଭେଦଭାବ ନାହିଁ, ସମସ୍ତେ ଆତ୍ମୀୟ l ଏଥିରେ ସହାବସ୍ଥାନ ଓ ସହୃଦୟର ଦର୍ଶନ ଅଛି ଯଦିଓ ଏହା ବ୍ୟବହାରିକ ଧରାତଲର ପରୀକ୍ଷିତ ହୋଇ ନାହିଁ l

'ଵସୁଧୈଵ କୁଟୁମ୍ବକମ୍' ନୀତିରୁ ଆମ ପୂର୍ବ-ପୁରୁଷଙ୍କର କେଉଁ ଜ୍ଞାନର ସୂଚନା ମିଳେ ?

1
ଭୂଗୋଳ  
2
ଇତିହାସ
3
 ପୁରାଣ
4
ବିଜ୍ଞାନ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation