Comprehension Passage
​ଜାତିର ଜନକ ମହାତ୍ମା ଗାନ୍ଧୀ ଯେତେବେଳେ ଭାରତର ସ୍ୱାଧୀନତା ପ୍ରାପ୍ତି ନିମିତ୍ତ ଅସହଯୋଗ ଆନ୍ଦୋଳନ ସୂତ୍ରପାତ କରିଥିଲେ, ସେତେବେଳେ ସେ ସ୍କୁଲ କଲେଜର ଛାତ୍ର ମାନଙ୍କୁ ସ୍କୁଲ କଲେଜ ଛାଡି ଚାଲି ଆସିବା ପାଇଁ ଆହ୍ୱାନ କରିଥିଲେ | କାରଣ ସେ ଚାହିଁଥିଲେ ସ୍ୱାଧୀନତା ସଂଗ୍ରାମରେ ଏ ଦେଶର ଯୁବସମାଜ ପ୍ରତ୍ୟକ୍ଷ କାର୍ଯ୍ୟପନ୍ଥା ଗ୍ରହଣ କରୁ ଏବଂ ଏ ଦେଶର ଛାତ୍ର ସମାଜ ସ୍କୁଲ କଲେଜରେ ଯେଉଁ ଶିକ୍ଷାଲାଭ କରୁଅଛି ତାହା କେବଳ ପରାଧୀନ ରହିବାର ଶିକ୍ଷା | ତେଣୁ ସେ ସ୍କୁଲ କଲେଜର ଶିକ୍ଷାକୁ ଯଥାର୍ଥରେ ଶିକ୍ଷାର ମୂଲ୍ୟ ଦେବାକୁ ଉଚିତ ମାନେ କରି ନଥିଲେ | ସ୍କୁଲ କଲେଜ ଛାଡି ଆସିବା ପାଇଁ ମହାତ୍ମା ଗାନ୍ଧୀ ଛାତ୍ର ମାନଙ୍କୁ ଆହ୍ୱାନ କରିଥିଲେ ବୋଲି କେହି ଯେପରି ମାନେ ନକରନ୍ତି ଯେ ମହାତ୍ମା ଗାନ୍ଧୀ ଚାହିଁଥିଲେ ଛାତ୍ରମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରନ୍ତୁ | ମହାତ୍ମା ଗାନ୍ଧୀ ଯେଉଁ ରାମରାଜ୍ୟର ସ୍ୱପ୍ନ ଦେଖିଥିଲେ ସେଥିରେ ସେଥିରେ ଛାତ୍ର ସମାଜ ପାଇଁ ତାଙ୍କର ପରିକଳ୍ପନା ଥିଲା ବହୁ ଉଚ୍ଚରେ | 'ଛାତ୍ରଙ୍କ ପ୍ରତି ଗାନ୍ଧିଜୀ ' ନାମକ ପୁସ୍ତକରେ ତାଙ୍କର ଉପଦେଶାବଳୀ ପ୍ରତ୍ୟକ ଛାତ୍ର ପାଠ କରିବା ନିତାନ୍ତ ଆବଶ୍ୟକ | ଆଜିର ରାଜନୈତିକ ବାତାବରଣ ସୁଷ୍ଟି କରିଛନ୍ତି ବା କରୁଛନ୍ତି ତାହା ଥିଲା ମହାମାନବ ମହାତ୍ମାଗାନ୍ଧୀଙ୍କର କଳ୍ପନାର ବାହାରେ | ପ୍ରାପ୍ତି ପୂର୍ବରୁ ଭାରତର ଶିକ୍ଷାପଦ୍ଧତିକୁ ମହାତ୍ମାଗାନ୍ଧୀ ଅନପଯୁକ୍ତ ବୋଲି କହିଥିଲେ, ମାତ୍ର ଭାରତର ସ୍ୱାଧିନତା ପ୍ରାପ୍ତି ପରେ ସେହି ଶିକ୍ଷାପଦ୍ଧତିକୁ ଉପଯୁକ୍ତ କରିବା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ | ଆଜିର ଛାତ୍ରସମାଜ ଜ୍ଞାନାର୍ଜ୍ଜନ ନକରି ରାଜନୀତି ଜରିଆରେ ଯେବେ ନିଜର ଓ ଦେଶର ଉନ୍ନତି କରିବା ଲାଗି ତତ୍ପରତା ପ୍ରକାଶ କରେ ତେବେ ତାହା ସମ୍ଭବ ହୋଇପାରିବ ନାହିଁ | କାରଣ ଆଜିର ଜଗତ ଏକ ସମ୍ପୂର୍ଣ ନୂତନ ଜଗତ, ଏ ଜଗତରେ ଜ୍ଞାନର ଆବଶ୍ୟକତା ସର୍ବାଧିକ |  

ମହାତ୍ମା ଗାନ୍ଧୀ ରାମରାଜ୍ୟର ପରିକଳ୍ପନା କାହାପାଇଁ କରିଥିଲେ ?

1
ଛାତ୍ର ସମାଜ ପାଇଁ 
2
ଭାରତ ବର୍ଷ ପାଇଁ 
3
ରାଜନେତା ମାନଙ୍କ ପାଇଁ 
4
ନାରିସମାଜ ପାଇଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation