Comprehension Passage

ନିର୍ଦ୍ଦେଶାବଳୀ: ନିମ୍ନ ଲିଖ୍ ଅନୁଚ୍ଛେଦଟିକୁ ଯତ୍ନ ସହକାରେ ପଢନ୍ତୁ ଏବଂ ତା' ତଳେ ଦିଆଯାଇଥିବା ପ୍ରଶ୍ନ ର ସଠିକ୍ ଉତ୍ତର ନିର୍ଣ୍ଣୟ କରନ୍ତୁ ।

ସାଧାରଣତଃ ଆମେ ଦେଖିବାକୁ ପାଉ ଯେ ଯେଉଁ ଯୁବକ ବିବ୍ରତ, ସେ ମଧ୍ୟ କ୍ରୋଧୀ, ଏପରିକି, ନିଜ ଜୀବନ ପ୍ରତି । ସଫଳତା ପ୍ରାପ୍ତି ପାଇଁ ଏପରି ଯୁବକର ଉତ୍ସାହ ରହିଥାଏ, ମାତ୍ର ତା ପାଖରେ ନ ଥାଏ ଦିକ୍ ଦର୍ଶନ । ତା ଚତୁଃପାର୍ଶ୍ଵରେ ଅନ୍ୟମାନେ ଜୀବନରେ କୃତକାର୍ଯ୍ୟ ହେଉଥ‌ିବା ଦେଖି ସେ ନୈରାଶ୍ୟ ଜର୍ଜରିତ ହୁଏ ଏବଂ ସେମାନଙ୍କ ସଫଳତାରେ ସେ କେବେ ସୁଖୀ ହୋଇପାରେ ନାହିଁ । ନିଜ ପାଖରେ କ' ଣ ଅଭାବ ରହିଛି, ତାକୁ ନେଇ ସେ ଆନ୍ଦୋଳିତ ହୁଏ । ଏପରି ଅବସ୍ଥାରେ ସେ ନିଜକୁ ଦୁସ୍ଥ ଏବଂ ଶକ୍ତିହୀନ ମନେକରେ । ଏହି ଦୁଶ୍ଚିନ୍ତା ଓ ଅବସାଦରେ ମଣିଷ ଜୀବନକୁ ସେ ଠିକ୍ ଭାବେ ଉପଭୋଗ କରିବାରୁ ବଞ୍ଚିତ ହୁଏ । ନୈରାଶ୍ୟ ବୋଧ ହେତୁ, ମହାକାଶର ଶୂନ୍ୟତାକୁ ଆଖି ଡେରି ରହେ ଏବଂ ତାକୁ ପଥ ପ୍ରଦର୍ଶନ କରିବାକୁ, ସେ ପ୍ରାର୍ଥନା ଜଣାଏ । ଅଦୃଶ୍ୟ ଓ ନୀରବ ଭାବେ ସଂବେଦନଶୀଳ ମହାକାଶ ତା' ର ଡାକକୁ ଗ୍ରହଣ କରି ଉତ୍ତର ଦିଏ, “ମୋ ପରି ବିଶାଳ ହୁଅ..... ଅସରନ୍ତି ସମ୍ଭବନାର ବିଶାଳତା ତୁମର ଅନ୍ତରାତ୍ମାରେ ସ୍ଥାନ ନେଉ” । ଔପନ୍ୟାସିକ ଓସ୍କାର ୱାଇଲ୍ଡ କହନ୍ତି, “ହେ ଯୌବନ, କି କରୁଣ, ତୁମେ ଯୁବ ଜୀବନରେ ନଷ୍ଟପ୍ରାପ୍ତ”। ଯେତେବେଳେ ମଣିଷ ଯୌବନପୂର୍ଣ, ତା ପାଖରେ ଅଛି ଅଫୁରନ୍ତ ଶକ୍ତି, କିନ୍ତୁ ପରିପକ୍ୱତାର ଅଭାବ; ଏବଂ ଯେତେବେଳେ ପ୍ରାପ୍ତ ବୟସ୍କ, ସେ ପରିପକ୍ଵତା ଏବଂ ଅଭିଜ୍ଞତାର ଅଧିକାରୀ ହୁଏ, କିନ୍ତୁ ଯୌବନପୂର୍ଣ ଶକ୍ତି ତା' ପାଖରେ ନ ଥାଏ । ଏହି ଯୌବନପୂର୍ଣ୍ଣ ଶକ୍ତି ଏବଂ ପରିପକ୍ୱତାକୁ ଏକାଠି ପ୍ରାପ୍ତହେବା ହେଉଛି ଆଜିର ଯୁବପିଢୀର ଆହ୍ଵାନ । ଏହା ସେତେବେଳେ ସମ୍ଭବ ଯେତେବେଳେ ସେ ଜୀବନପ୍ରତି ସ୍ବାସ୍ଥ୍ୟବାନ୍ ଦୃଷ୍ଟିଭଙ୍ଗୀ ଆହରଣ କରେ । ଉତ୍ତମ ଦୃଷ୍ଟିଭଙ୍ଗୀ ମଣିଷକୁ ଉଚ୍ଚତର ସ୍ଥାନକୁ ନିଏ । ଏଥିପାଇଁ ଆବଶ୍ୟକ “ଅ.ଆ.ଉ.” କୌଶଳର ପ୍ରୟୋଗ । ଏକ ଉନ୍ମୁକ୍ତ ଏବଂ ଅନୁସନ୍ଧିସୁ ଦୃଷ୍ଟିଭଙ୍ଗୀର ପ୍ରତୀକ ହେଉଛି – ଅ । ଏକ ଶକ୍ତିଶାଳୀ ଏବଂ ଅସୀମ ଅ।ସ୍ଥାର ସୂଚକ ହେଲା- ଆ । ପରିଶେଷରେ ପ୍ରତ୍ୟହ ଆମର ସମସ୍ତ କର୍ତ୍ତବ୍ୟ ସମ୍ପାଦନରେ ଶକ୍ତିର ଯତ୍ନପୂର୍ଣ ଉପଯୋଗ, ଯାହାକୁ କୁହାଯାଇ ପାରିବ – ଉ ।

ବର୍ତ୍ତମାନ ଯୁବପିଢୀର ଆହ୍ଵାନ କଣ? 

1
ଯୌବନପୂର୍ଣ୍ଣ ଶକ୍ତି ଏବଂ ପ୍ରାପ୍ତ ବୟସ୍କଙ୍କ ଅଭିଜ୍ଞତାକୁ ଏକାଠି ପ୍ରାପ୍ତହେବା ।
2
ଯୌବନରେ ଯୌବନପୂର୍ଣ୍ଣ ଶକ୍ତି ଓ ପ୍ରାପ୍ତ ବୟସ୍କଙ୍କ ପରିପକ୍ବତାର ଅଧିକାରୀ ହେବା ।
3
ପ୍ରାପ୍ତ ବୟସ୍କଙ୍କ ପରିପକ୍ବତା ଏବଂ ଅଭିଜ୍ଞତାର ଅଧିକାରୀ ହେବା ।
4
ଯୌବନପୂର୍ଣ୍ଣ ଶକ୍ତି ଏବଂ ପରିପକ୍ବତାକୁ ପ୍ରାପ୍ତ ବୟସରେ ପ୍ରାପ୍ତହେବା ହେବା ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation