Comprehension Passage
ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ । ଏଠାର ୭୦ ପ୍ରତିଶତ ଲୋକ ଚାଷବାସ ଉପରେ ନିର୍ଭରଶୀଳ । ୭୦ ପ୍ରତିଶତଙ୍କ ଜୀବିକା ପାଲଟିଥୁବା କୃଷି ହେଉଛି ମୋଟ ଆୟର ୧୪ ପ୍ରତିଶତ ମାତ୍ର । କୃଷିର ଉନ୍ନତି ଲାଗି ଯେତିକି କାର୍ଯ୍ୟ ଖସଡା ପ୍ରସ୍ତୁତ ହେବା କଥା ତାହା ହୋଇପାରୁନି । ବିହନ ଯୋଗାଣଠାରୁ ଅମଳ ପର୍ଯ୍ୟନ୍ତ ସବୁଠି ଚାଷୀଙ୍କୁ ସେମାନଙ୍କ ଭାଗ୍ୟ ଓ ଭଗବାନ୍ଙ୍କ ଉପରେ ଛାଡି ଦିଆଯାଉଛି । କେତେବେଳେ ବନ୍ୟା ତ କେତେବେଳେ ମରୁଡିର କରାଳ ପଦଧ୍ୱନି ଚାଷୀଙ୍କ ହିଂସା ଉଡାଉଛି । ଯଦି କେବଳ ଇନ୍ଦ୍ରଦେବତା ପ୍ରସନ୍ନ ରହୁଛନ୍ତି ଓ ଭଲ ଫସଲ ମିଳୁଛି ସେତେବେଳେ ଆମ ସରକାରୀ ଦେବ ଦେବୀଙ୍କ ଉଦାସୀନତା ଚାଷୀଙ୍କ ଲାଗି ବଜ୍ରାଘାତ ପାଲଟୁଛି । ଅମଳ ଫସଲକୁ ବିକିବାରେ ଉପୁଜୁଛି ସମସ୍ୟା । ସରକାରୀ ମଣ୍ଡି ହବାରେ ପ୍ରତିଶ୍ରୁତି ସତ୍ତ୍ୱେ ବି ଖୋଲୁନି । ଅଥଚ ଧାନକଳର ମାଲିକ ଓ ବ୍ୟବସାୟୀଙ୍କୁ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଧାନ, କିଣିବା ଲାଗି ପ୍ରକାରାନ୍ତରେ କେତେକ ମୁଷ୍ଟିମେୟ ସରକାରୀ ଅଧିକାରୀ ପରୋକ୍ଷ ସୁଯୋଗ ସୃଷ୍ଟି କରୁଛନ୍ତି । ଅଭାବୀ ଧାନ ବିକ୍ରି ବଢ଼ିବାରେ ଲାଗିଛି । କରଜ ସୁଝିବା ଲାଗି ଚାଷୀଟି ଉପଯୁକ୍ତ ମୂଲ୍ୟରେ ଫସଲ ବିକିବା ଲାଗି ଅପେକ୍ଷା କରି ପାରୁନାହିଁ । ହାଡଭଙ୍ଗା ମେହନତର ମୂଲ୍ୟକୁ ବଜାର ଦରଠାରୁ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛି ସାହୁକାରର କରଜ ଶୁଝିବା ପାଇଁ ପ୍ରାକୃତିକ ବିପର୍ଯ୍ୟୟଠାରୁ ମାନବକୃତ ସରକାରୀ ହତାଦର ବଳିପଡ଼ୁଛି । ଏହା ସତ୍ତ୍ୱେ ମାଟିର ମୋହକୁ ଛାଡିପାରୁନି ଚାଷୀ କେବେ ଉଜୁଡା କ୍ଷେତ ଲାଗି ନିଜକୁ ଦୋଷାରୋପ କରୁଛିତ ଆଉ କେବେ ଅଭାବୀ ବିକ୍ରିପାଇଁ ବାଧ୍ୟ ହୋଇ ମୁଣ୍ଡ କୋଡ଼ୁଛି ଚାଷୀ । ଏବର୍ଷ ଧାନ ଫସଲ ଭଲ ହୋଇଛି । ମାତ୍ର ଡିସେମ୍ବର ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିଲେ ବି ରାଜ୍ୟରେ ସରକାରୀ ଧାନମଣ୍ଡି ଖୋଲିବା ସମ୍ଭବ ହୋଇନି । କାଁ ଭାଁ ମଣ୍ଡି ଖୋଲି ବିଭାଗ ହାତବାନ୍ଧି ବସିଯାଇଛି ମିଲର ଓ ମୁନାଫାଖୋର ବ୍ୟବସାୟୀଙ୍କ ପରୋକ୍ଷ ଫାଇଦା ପାଇଁ ।
ଓଡିଶାରେ ଅଭାବୀ ବିକ୍ରି ଅଧିକ ଚାଲିଛି
1
ଓଡ଼ିଶାର କୃଷକମାନଙ୍କର ଅଭାବ ବେଶି
2
ଓଡ଼ିଶାର କୃଷକମାନେ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ
3
ଓଡ଼ିଶାର ଧାନ ବିକିବା ପାଇଁ ଉପଯୁକ୍ତ ମଣ୍ଡିର ବ୍ୟବସ୍ଥା ନାହିଁ
4
ଓଡ଼ିଶାର ଲୋକମାନେ ନଗଦ ପଇସା ପାଇଁ ଅଭାବୀ ବିକ୍ରି କରିଥାନ୍ତି