Comprehension Passage
ଅନୁଚ୍ଛେଦଟି ପାଠ କରି ନିମ୍ନଲିଖିତ ପ୍ରଶ୍ନଗୁଡିକର (ପ୍ରଶ୍ନ ନଂ 31 ରୁ 35 ପର୍ଯ୍ୟନ୍ତ) ଉତ୍ତର ଦିଅ:
ଯଥାର୍ଥ ମୂଲ୍ୟବୋଧ ନ ରହିଲେ ସାହିତ୍ୟ, ଦର୍ଶନ ଓ ବିଜ୍ଞାନକୁ ମନୁଷ୍ୟ ଯେଉଁ ଅପାର୍ଥିବ ଆନନ୍ଦ ପାଇବାକୁ ସମର୍ଥ ହୁଅନ୍ତା, ସେଥିରୁ ବଞ୍ଚିତ ହେବ l ଆମ ସ୍କୁଲ, କଲେଜରେ ବିଜ୍ଞାନ ଯେପରି ଶିକ୍ଷା ଦିଆଯାଏ ତାହା ନୈରାଶ୍ୟଜନକ l ବିଜ୍ଞାନ ର ଯଥାର୍ଥ ମୂଲ୍ୟ ନିରୂପଣ ଓ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ମଧ୍ୟ ବିଜ୍ଞାନ ଶିକ୍ଷାର ଉଦ୍ଦେଶ୍ୟ ହେବ ଉଚିତ l ମାତ୍ର ଛାତ୍ର ମାନେ କେବଳ କେତେଗୁଡିଏ ବୈଜ୍ଞାନିକ ତଥ୍ୟ ର ଶିକ୍ଷା ପାଆନ୍ତି l ମାନବ ଚିନ୍ତାଧାରାର ବିକାଶରେ ବିଜ୍ଞାନର ଅବଦାନ ସମ୍ବନ୍ଧରେ ପ୍ରତ୍ୟେକ ଛାତ୍ରର ରହିବ ଉଚିତ l ଗାଲିଲିଓ, କପରନିକସ୍, ଡାରଉଇନ,ପ୍ରଭୃତି ବୈଜ୍ଞାନିକ ମାନେ ଯେପରି ଜୀବନ ସାରା ମାନବ ସମାଜ ବିରୋଧରେ ଲଢ଼ି ବିଜ୍ଞାନର ଭିତ୍ତି ସ୍ଥାପନ କଲେ ସେ ସମ୍ବନ୍ଧରେ ଅଜ୍ଞ ରହିଲେ l ବିଜ୍ଞାନରେ ଯେତେ ଜ୍ଞାନ ଅର୍ଜନ କଲେ ମଧ୍ୟ ଶିକ୍ଷା ଅସମ୍ପୂର୍ଣ୍ଣ ରହିବ l ଚିନ୍ତାଧାରାର ବିକାଶ, ଜାଣିବାରେ ଆନନ୍ଦ ଓ ଆଗ୍ରହ ସୃଷ୍ଟି କରିବା ଯଦି ଶିକ୍ଷାର ଲକ୍ଷ ହୁଏ,ତେବେ ବିଶ୍ୱବିଦ୍ୟାଳୟ ଶିକ୍ଷା ଏହି ଆଦର୍ଶ ଠାରୁ ବହୁ ଦୂରରେ l ଇଂରେଜ ମାନଙ୍କ ସମୟରେ କେବଳ କିରାଣୀ ସୃଷ୍ଟି କରିବା ଶିକ୍ଷାର ଲକ୍ଷ ଥିଲା ବୋଲି ଅନେକ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ସମାଲୋଚନା କରି ଏହାର ପରିବର୍ତନ ଦାବି କରିଛନ୍ତି l ମାତ୍ର କିରାଣୀ ବଦଳରେ କେବଳ ଡାକ୍ତର, ଇଞ୍ଜିନିଅର ଓ କାରିଗର ସୃଷ୍ଟି କରିବା ଯଦି ଆମ ଶିକ୍ଷାର ଲକ୍ଷ ହୁଏ, ତେବେ ଶିକ୍ଷା କ୍ଷେତ୍ରରେ କୌଣସି ପରିବର୍ତନ କୁହାଯାଇ ପାରିବ ନାହିଁ l

କେଉଁଟି ଶିକ୍ଷାର ଲକ୍ଷ?
1
ଅର୍ଥ ଉପାର୍ଜନ
2
ସାମାଜିକ ସମ୍ମାନ ଲାଭ
3
ଉଚ୍ଚପଦ ମଣ୍ଡନ
4
ଜାଣିବାରେ ଆନନ୍ଦ ଓ ଆଗ୍ରହ ସୃଷ୍ଟି