Comprehension Passage
ସାହିତ୍ୟର ଆଉ ଗୋଟିଏ ସମସ୍ୟା ତାର ରୂପଗତ ପରିବର୍ତ୍ତନ । ବର୍ତ୍ତମାନ ସାର୍ଥକ ନାଟକ ଲେଖିବା ଅସମ୍ଭବ । କାରଣ ସବାକ ଚଳଚ୍ଚିତ୍ର ପ୍ରତିଯୋଗିତାରେ ତାହା ତିଷ୍ଠି ରହିପାରୁ ନାହିଁ । କ୍ରମଶଃ ଦୂର ରୂପାୟନ ଦ୍ୱାରା ବହୁ ବିସ୍ତୃତ ପରିବର୍ତ୍ତନ ମଧ୍ୟ ସମ୍ଭବପର । ଯାନ୍ତ୍ରିକ ପ୍ରକ୍ରିୟା ଦ୍ୱାରା ଆମ୍ଭେମାନେ ଆନନ୍ଦକୁ ବହୁ ବ୍ୟାପକ କରିପାରୁ, ବହୁ ଆବର୍ତ୍ତୀ କରିପାରୁ, ଯଥେଷ୍ଟ ଉପଭୋଗଯୋଗ୍ୟ କରିପାରୁ । ବ୍ୟକ୍ତି ଗତ ଶିଳ୍ପ ପକ୍ଷରେ ଶିଳ୍ପୀ ବା ଅଭିନେତାକୁ ଚଳଚ୍ଚିତ୍ର ଅନୁରୂପ ବେତନ ଦେବା ମଧ୍ୟ ସମ୍ଭବ ନୁହେଁ । ଏହି କାରଣରୁ ନାଟକର ପ୍ରୟୋଜନ ମଧ୍ୟ କମିଯାଉଛି, ନାଟ୍ୟକାର ଅବହେଳିତ ଓ ଦୁର୍ଦ୍ଦଶାଗ୍ରସ୍ତ ହେଉଛନ୍ତି । ଜୀବନରେ ଉନ୍ମାଦନା ବୃଦ୍ଧି ପାଉଛି । ତେଣୁ ଅପସାହିତ୍ୟର ଦୌରାତ୍ମ୍ୟରେ ଉପନ୍ୟାସ ଲେଖକ ଯଥେଷ୍ଟ ଲାଭ ପାଇ ପାରୁନାହାନ୍ତି । କାବ୍ୟ ଯାନ୍ତ୍ରିକ ଯୁଗରେ ଅବହେଳିତ ହେବା ସ୍ୱାଭାବିକ । ତେଣୁ ଉଚ୍ଚ ସ୍ତରର ସାହିତ୍ୟ କ୍ରମଶଃ ବିତାଡ଼ିତ ହେଉଅଛି। ସାହିତ୍ୟିକ ବର୍ତ୍ତମାନ ସ୍କୁଲ ପାଠ୍ୟପୁସ୍ତକ ଲେଖୁଛନ୍ତି, ଯୌନଧର୍ମୀ ଉତ୍ତେଜନାମୂଳକ ଅପସାହିତ୍ୟର ସୃଷ୍ଟି ହେଉଛି । ପ୍ରତି ପଦରେ ମନନଶୀଳତାର ଅଭାବ ପରିଲକ୍ଷିତ ହେଉଅଛି । ସୁସ୍ଥ ସାହିତ୍ୟର ପରାଭାବ ଘଟୁଅଛି । ମତ୍ତତା ଜନିତ ଅବସାଦର ଲକ୍ଷଣ ଅତି ପ୍ରକଟ ହୋଇପଡ଼ୁଛି । ସାହିତ୍ୟ ପକ୍ଷରେ ଏହା ଗୋଟିଏ ସମସ୍ୟା ।
ସାହିତ୍ୟର କେଉଁ ପରିବର୍ତ୍ତନକୁ ସମସ୍ୟା ଭାବେ ଗ୍ରହଣ କରାଯାଇଛି ?
1
ନୀତିଗତ
2
ରୂପଗତ
3
କଳାଗତ
4
ଭାବଗତ