Comprehension Passage
ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵେ ଅତି ସାନ
ଜୀବନେ ମୋର ନାହିଁ ତ କେବେ
କା’ ସାଥେ ଅଭିମାନ ।
ଜନ୍ତୁ ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ
ନିର୍ବିକାରେ ତଥାପି ମୁହିଁ
ପଡ଼ିଛି ଧରାପଥେ ।
ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ
ଏତିକି ଜାଣେ ବିଶ୍ଵ ଜୀବ
ମିଶଇ ମୋର ବୁକେ ।
ବାକ୍ୟ ହୀନ ନିଃସ୍ଵ ମୁହିଁ
ଭରସାହୀନ ଚିର,
ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋର ଶିର ।
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା – ମୁଁ. ’
ବିଶ୍ଵ ଅତି ସାନ ।
ଭରସାହୀନ ଚିର,
ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋର ଶିର ।
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା – ମୁଁ. ’
ବିଶ୍ଵ ଅତି ସାନ ।
ଧରାପଥରେ ନିର୍ବିକାରରେ କିଏ ପଡ଼ିଛି ?
1
ଧୂଳିକଣା
2
ଏକ ବୃହତ୍ ପର୍ବତ
3
ଏକ ସୁନ୍ଦର ପୁସ୍ତକ
4
ଏକ ଦେବତା