Comprehension Passage
ନିମ୍ନ ପ୍ରଦତ୍ତ କବିତାଟି ପାଠକରି ତଳେ ଦିଆଯାଇଥିବା ପ୍ରଶ୍ନ (ନଂ 56 ରୁ ନଂ 60) ଗୁଡିକର ଉତ୍ତର ଲେଖ:
ବିରହୀ ଯକ୍ଷର ବାର୍ତା
ବକ୍ଷରେ ଆଙ୍କି ରଖି ଘନ
ଆସିଛ କି ପକ୍ଷେ ତଵ
ସାଉଁଳାଭ ଭୂଧର ଗଗନ l
ଜୀବସେ ଅଳକା ପୁରେ,
କାନ୍ଦେ ଯହିଁ ପକ୍ଷ ବିରହୀଣୀ;
ଗାଲେ ହାତ ଭାଳେ ସ୍ବେଦ
ବୁଲେ ତୈକ୍ତ ବିଳାପ ରାଗିଣୀ ?
କର୍ପୁର ଚନ୍ଦନ ବୋଲେ
ପାଉନି ତା ବେଦନା ଅମାପ,
ତୁମର ଶୀକର ଘନ,
ମୁଞ୍ଜିକିହେ ପାରିବ ସେ ତାପ ?
ଏତେ ଦିନ ଥିଲ କହି ?
ସିନ୍ଧୁ ପାରେ କେଉଁ ସାଗରିକା
ମେଲିଲା କି ବେଳା ତଟ
ଶୈଳେ ବନେ ପ୍ରୀତି - ମରୀଚିକା ?
ସେ ଦୂର ବେଳରେ ଘନ
ତାହା ସଂଗେ ଖେଳି ଲୁଚୁକାଳି
କାଟିଇଲ ପଞ୍ଚ ଋତୁ
ସିକ୍ତ କରି ସ୍ଵର୍ଣ ସିନ୍ଧୁ ବାଲି ?
ଦେଲାନି କି ପ୍ରତିଦାନ
ଘନ ତବ ମଧୁ ସୋହାଗର ,
ମେଲାଣିକି ନେଇ ତେଣୁ
ଫେରିଆଚ୍ଛ କୋପ ଜରଜର ?
ଘନର ପକ୍ଷ ପର୍ବତ ଓ ଆକାଶକୁ କଣ କରିଛି ?
1
ଆଘାତ କରିଛି
2
ଜଳଦାନ କରିଛି
3
କୋମଳ ସ୍ପର୍ଶ ଦେଉଛି
4
ଯକ୍ଷର ବାର୍ତା ପ୍ରଦାନ କରିଛି