Comprehension Passage
ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ । ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ଅ ଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର । ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ । ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି । ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା |
ବିଭିନ୍ନ ଦେଶର ଲୋକଙ୍କ ସଂସ୍ପର୍ଶରେ ଆସି କେହିକେହି କେଉଁ ଭାଷା ଜାଣିବାର ଦେଖିବାକୁ ମିଳେ ?
1
ତୈଲଙ୍ଗ
2
ହିନ୍ଦୀ
3
ଫରାସୀ
4
ଓଡ଼ିଆ