Comprehension Passage

ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ ଗୁଡ଼ିକର ଉତ୍ତର ବାଛ :

ଅତୀତକାଳରେ ପ୍ରକୃତି କୋଳରେ ବଢ଼ି ମଣିଷ ତାହାର ଅନୁଭୂତି ଓ ଅନୁମାନ ବଳରେ ଯେତିକି ବୁଝିପାରିଲା ସେଗୁଡ଼ିକୁ ବିଶ୍ଳେଷଣ କରି ନିୟମଗୁଡ଼ିଏ ତିଆରି କରିଥିଲା । ସେଥୁରୁ ଅଧିକାଂଶ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି ଓ ଅବସ୍ଥାନକୁ କେନ୍ଦ୍ର କରିଥିଲା । ଦିନ ଓ ରାତି, ଇତି ପରିବର୍ତ୍ତନ ସଂପର୍କିତ ପ୍ରାକୃତିକ ନିୟମଗୁଡ଼ିକ ଏହି ଧରଣର ଅଟନ୍ତି । ମଣିଷ ବିଶ୍ୱାସ କରୁଥିଲା ଯେ ଈଶ୍ବର ସ୍ଵର୍ଗରେ ଅଛନ୍ତି ଓ ତାଙ୍କରି ହିଁ ସୃଷ୍ଟ ପ୍ରକୃତିର ଏହି ନିୟମଗୁଡ଼ିକ ଅପରିବର୍ତ୍ତନୀୟ ସତ୍ୟ ଅଟନ୍ତି । ଆଗେ ଜୀବନ ଧାରଣର ଶୈଳୀ ସରଳ ଥିଲା । ବିଜ୍ଞାନର ଯୁଗ ଆସିବା ପରେ ନିଉଟନ ପ୍ରକୃତିର ଆହୁରି କେତେକ ଗୂଢ଼ ନିୟମ ଆବିଷ୍କାର କଲେ, ଯେଉଁଗୁଡ଼ିକ ଜାଣିବା ପରେ ପରିବାର ଓ ସମାଜରେ ଚଳିବା ଆହୁରି ସହଜ ହେଲା। ସେଥୁରୁ ଦୁଇଟି ହେଲା ଜଡ଼ତାର ନିୟମ ଓ କ୍ରିୟା ପ୍ରତିକ୍ରିୟା ନିୟମ ଯାହାକୁ ସେମାନେ ଦୈନନ୍ଦିନ ଜୀବନରେ ଅନୁଭବ କରୁଥିବାରୁ ସହଜରେ ବୁଝି ପାରିଲେ । ଜଡ଼ତାର ନିୟମ ହେଲା ବଳ ହିଁ ବସ୍ତୁକୁ ଗତି ଦେଇଥାଏ କିମ୍ବା ସେଥ‌ିରେ ପରିବର୍ତନ ଆଣିଥାଏ । ତାଙ୍କର ସର୍ବାପେକ୍ଷା ଗୁରୁତ୍ବପୂର୍ଣ୍ଣ ନିୟମଟି ଥୁଲା ଦୁଇଟି ବସ୍ତୁର ପାରସ୍ପରିକ ଆକର୍ଷଣର ନିୟମ, ଯାହା ପୃଥ‌ିବୀର ବସ୍ତୁଗୁଡ଼ିକ ଛଡ଼ା ଆକାଶୀୟ ପିଣ୍ଡ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତିପଥ ନିର୍ଦ୍ଧାରଣ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଗଲା । ଏହା ଆଗରୁ ସଂସାରର ଅଗ୍ରଗତି କେବଳ କେତେକ ତାତ୍ତ୍ୱିକ ଚିନ୍ତା ଓ ଧାର୍ମିକ ଭାବନା ବଳରେ ପ୍ରଣୀତ ନୀତିଗୁଡ଼ିକ ମାଧ୍ୟମରେ ଘଟୁଛି ବୋଲି ମନେ କରାଯାଉଥିଲା । ବୈଜ୍ଞାନିକମାନ ଏହି ନିୟମଗୁଡ଼ିକ, ସେହି ଅଗ୍ରଗତିର ବିଶ୍ଵାସ ଓ ଯୋଗ୍ୟତାକୁ ଯୁକ୍ତି ଦ୍ବାରା ଦର୍ଶାଇଲେ କିମ୍ବା ଖଣ୍ଡନ କଲେ ।

ଅତୀତ କାଳରେ ମଣିଷ ତିଆରି କରିଥିବା ନିୟମର ଭିଭି କ'ଣ ଥିଲା ? 

1
ସାମାଜିକ ବିଶ୍ଵାସ
2
ଅନୁଭୂତି ଓ ଅନୁମାନ
3
ଧାର୍ମୀୟ ଭାବନା 
4
ତାତ୍ଵିକ ଚିନ୍ତା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation